ସାର ଅଭାବ କୁ ନେଇ ତାତିଲେ ଚାଷୀ : ରାଜରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ

0
213

ରିପୋର୍ଟ : ଜିଲ୍ଲାପ୍ରତିନିଧି ଏ.ସତୀଶ
ନବରଙ୍ଗପୁର,(୨୮/୦୭) : ବର୍ଷାର ଆଗମନ ପରେ ଯେଉଁ ଚାଷୀ ନିଜ ଜମି ରେ ରହି ଚାଷ କରିବା କଥା ସେହି ଚାଷୀ ବର୍ତ୍ତମାନ ସାର ଅଭାବ କୁ ନେଇ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରୁଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ।

ବର୍ତ୍ତମାନ ଚାଷ ପାଇଁ ଉପଯୁକ୍ତ ସମୟ ଏହି ସମୟରେ ବଜାରରେ ସାର ଅଭାବ ଚାଷୀ ଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି | ଏଭଳି ପରିସ୍ଥିତି ରେ ଚାଷୀ ବାଧ୍ୟ ହୋଇ ରାଜରାସ୍ତା କୁ ଓଲ୍ହାଇବାକୁ ପଡିଛି |

ଦୀର୍ଘ ଦୁଇ ମାସ ହେବ ଉମରକୋଟ ରେ କୌଣସି ସାର ମିଳୁନାହିଁ । ଫଳରେ ଚାଷୀ ମାନେ ଚାଷ କାମକୁ ଅଧୁରା କରି ରଖିଛନ୍ତି । ବିଭିନ୍ନ ସ୍ଥାନ ରୁ ଧାର କରଜ୍ ଆଣି ଚାଷ କରିଥିବା ଚାଷୀ ଏବେ ମୁଣ୍ଡ ରେ ହାତ ଦେଇ ବସିଛି । ଅତିଶିଘ୍ର ସାର ନମିଳିଲେ ଚାଷ ଉଜୁଡିଯିବାର ଆଶଙ୍କା କରିଛି ଚାଷୀ । ଏହି କାରଣରୁ ରୁ ଆଜି ଶତାଧିକ ଚାଷୀ ଆଜି ଉମରକୋଟ ତହସିଲ କାର୍ଯ୍ୟାଳୟ ଘେରାଉ କରିବା ସହ ତହସିଲଦାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଅତିଶୀଘ୍ର ସାର ଯୋଗାଇ ଦିଆ ନହେଲେ ଚାଷୀ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି । ଏହି ଚାଷୀ ଆନ୍ଦୋଳନ ରେ ଚାଷୀ ଙ୍କ ସହ ସାମିଲ୍ ହୋଇଛନ୍ତି ପ୍ରଦେଶ କଂଗ୍ରେସ ର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ଚାଷୀ ଙ୍କୁ ସାର ନ ମିଳିବା ଯାଏ ରାସ୍ତା ରୁ ହଟିବେ ନାହିଁ ବୋଲି କହିଛନ୍ତି ପ୍ରଦୀପ । ସାର ଅଭାବକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ଦାୟୀ କରିଛନ୍ତି ପ୍ରଦୀପ ।

ବର୍ତ୍ତମାନ ରାଜ ରାସ୍ତାରେ ପ୍ରଦୀପ ମାଝୀ ଙ୍କ ସହ ଚାଷୀଙ୍କୁ ବୁଝେଇବା ପାଇଁ ପ୍ରଶାସନ ପକ୍ଷରୁ ରୁ ଚେଷ୍ଟା ଜାରି ରହିଛି, ଚାଷୀ ତାଙ୍କ ଜିଦରେ ଅଟଳ ରହିଅଛି | ବର୍ତ୍ତମାନ ଯାଏ କୌଣସି ସୁଫଳ ମିଳିନାହିଁ । ବର୍ତ୍ତମାନ ରାସ୍ତା ରେ ଉଭୟ ପାର୍ଶ୍ଵ ରେ ଶହ ଶହ ଗାଡି ମୋଟର ଅଟକି ରହିଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।