Thursday, March 28, 2024

Top 5 This Week

Related Posts

ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ ବନ ମହୋତ୍ସବ ପାଳିତ : ରାଧାଚୁଡା ବୃକ୍ଷରୋପଣ

ରିପୋର୍ଟ : ସୁଶାନ୍ତ ବେହେରା
ବୋୖଦ୍ଧ,(୨୭/୦୭) : ବୋୖଦ୍ଧ ଜିଲ୍ଲା ପୁରୁଣାକଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ ଆଜି ଅଧ୍ୟକ୍ଷ ମୋନଜ କୁମାର ପାଠୀଙ୍କ ନେତୃତ୍ୱରେ ମହାବିଦ୍ୟାଳୟ ର ରେଡ଼କ୍ରୋସ ୟୁନିଟ ତରଫରୁ ବନମହୋତ୍ସବ କାର୍ଯ୍ୟକ୍ରମ ବୃକ୍ଷରୋପଣ କରାଯାଇଥିଲା ।WhatsApp Image 2021 07 28 at 6.50.07 AM 1 ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ ବନ ମହୋତ୍ସବ ପାଳିତ : ରାଧାଚୁଡା ବୃକ୍ଷରୋପଣ

ଗଛ ଲଗାଅ ବିଶ୍ୱ ବଞ୍ଚାଅ, ଗଛ ବଞ୍ଚିଲେ ଆମେ ବଞ୍ଚିବା, ନାରା ବାଜିରେ ଅଧ୍ୟକ୍ଷ ପୀଠ କଲେଜ ପରିସରର ଶୋଭବର୍ଦ୍ଧନ ପାଇଁ କିଛି ରାଧାଚୁଡା ବୃକ୍ଷ ରୋପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ବହୁ ସଂଖ୍ୟାରେ ଏହି ବନମହୋତ୍ସବ କାର୍ଯ୍ୟକ୍ରମ ଭାଗ ନେଇଥିଲେ ।

ଅଧ୍ୟାପିକା ଧରିତ୍ରୀରାଣୀ କାନୁନଗୋ, ଅଧ୍ୟ।ପାକ ପ୍ରଶାନ୍ତ କୁମାର ସେଠୀ, ଶଦାଶିଵ ଜେନା, କ୍ରୀଡା ଶିକ୍ଷକ (ପିଇଟି) ରଂଜନ କୁମାର ପାଣିଗ୍ରାହୀ, ସୁଶୀଲ ମହାପ।ତ୍ର, ତପସ୍ୟା ଭୋଇ,ପ୍ରଦୀପ କୁମାର ସାପୁଆ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

ପ୍ରତ୍ୟେକ ଛାତ୍ର ଛାତ୍ରୀ ଗୋଟିଏ ଗୋଟିଏ ଗଛ ଲଗାଥିଲେ । ପ୍ରତ୍ୟକ ଘରେ ଛାତ୍ରଛାତ୍ରୀ ମାନେ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ କହିଥିଲେ । ଗଛ ଲଗାଇଲେ ଆମ୍ଭମାନଙ୍କ ଉପକାରରେ ଆସିବ ବୋଲି ଛାତ୍ରଛାତ୍ରୀ ମାନଙ୍କୁ କୁହାଯାଇଥିଲା ।

Popular Articles