ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଝିଅ ସହ ମାଆଙ୍କ ଶୋଚନୀୟ ମୃତ୍ୟୁ : ଦୁଇ ଗୁରୁତର

0
728

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,କେସିଙ୍ଗା,(27/7) : କେସିଙ୍ଗା ଥାନା ଅନ୍ତର୍ଗତ ଚାଞ୍ଚେର ଗ୍ରାମ ନିକଟରେ ଜାତୀୟରାଜପଥ-୨୬ ଦେଇ ବଲାଙ୍ଗୀର ଅଭିମୁଖେ ଯାଉଥିବା ଏକ କାର ଭାରସାମ୍ୟ ହରାଇ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଘଟି ତିନି ଜଣ ଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ ୫ ଟା ସମୟରେ କାର ରେ ବଲାଙ୍ଗୀର ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇ ଦୁର୍ଘଟଣା ଘଟିଥିଲା । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ କାର ରେ ଥିବା ଦୁଇ ନାବାଳିକା ଶିଶୁ ଙ୍କ ସହ ତାଙ୍କ ମାଆ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଉକ୍ତ କାରରେ ଥିବା ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ କେସିଙ୍ଗା ଡ଼ାକ୍ତର ଖାନା ରେ ଭର୍ତ୍ତି କରାଯାଇ ଥିବା ବେଳେ ବଲାଙ୍ଗୀର ଜିଲ୍ଲା ମ୍ୟାଡିକଲ କଲେଜ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି । ଏ ନେଇ କେସିଙ୍ଗା ପୋଲିସ ଅଧିକ ତଦନ୍ତ ଚାଲିଥିବା ସୂଚନା ଦେଇଛି ।