ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ଦେଉଛନ୍ତି କୋରୋନା ସଚେତନତା ବାର୍ତ୍ତା

0
238

ରିପୋର୍ଟ : କୈଳାସ ମାଳବିଶୋଇ //
ଚନ୍ଦ୍ରପୁର,(୨୭/୦୭) : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଗ୍ରାମ ପଚାୟତ ତରଫରୁ ଲୋକଙ୍କୁ ସଚେତନତା କରାଉଛନ୍ତି । ଦୀର୍ଘ ଏକ ବର୍ଷ ବିତି ଗଲେ ମଧ୍ୟ କୋରୋନା ମହାମାରୀ ନେଇ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ମାନେ ଏକ ଟେମ୍ପୁରେ ବୁଲି ଲୋକଙ୍କୁ ସଚେତନତା କରୁଛନ୍ତି ।659681fa 0f38 408f b861 7a4009b7ec13 ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ଦେଉଛନ୍ତି କୋରୋନା ସଚେତନତା ବାର୍ତ୍ତା

ଚନ୍ଦ୍ରପୁର ପଞ୍ଚାୟତର କୁଟମା, ବନ୍ଦିରୀ, ବଣ୍ଡାଗୁଡ଼ି, ଭୋଗଵାଡି, ଗଜରାଜ ସାହି, ଇନ୍ଦିରାବାସ ସାହି ଓ ଅନ୍ୟାନ୍ୟ ସାହିରେ ଆଜି ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ତରଫରୁ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଙ୍ଗନାବାଡି କର୍ମଚାରୀ ଚନ୍ଦ୍ରପୁର ପୁଷ୍ପ ଲତା ପାତ୍ର, କୁଟାମା ପ୍ରୀତିବାଳା ସାହାନି, ବନ୍ଦ୍ରି ମିକି ଟାଙ୍ଗା ରାଙ୍ଗା, ଗଜରାଜ ସାହି ସଂଯୁକ୍ତା ପାତ୍ର, ଭୋଗଵାଡି ଅନୁପମା ଭାଟ, ବାଣ୍ଡଗୁଡ଼ି ଅର୍ଚନା ଟାଙ୍ଗା ରାଙ୍ଗା ଓ ଆଜିପାଙ୍ଗା ଇପ୍ସିତା ଗଗେରାଙ୍ଗା ଅନ୍ୟ କର୍ମଚାରୀ ସମେତ ରାସ୍ତାରେ ବୁଲି ବୁଲି ସଚେତନତା କରାଇଛନ୍ତି ।21f7d391 3dd7 4988 8cb7 a0a572f4f97b ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ଦେଉଛନ୍ତି କୋରୋନା ସଚେତନତା ବାର୍ତ୍ତା

କିନ୍ତୁ କୋରୋନା ମହାମାରୀ ସମୟରେ ଲୋକମାନେ ଯେଉଁ ପ୍ରଥମ ଟିକା ନେଉଛନ୍ତି ଦ୍ଵିତୀୟ ଟିକା ନେବା ପାଇଁ ମନା କରୁଥିବା ବ୍ୟକ୍ତି ମାନଙ୍କୁ ଆଶା କର୍ମୀ ଓ ଅଙ୍ଗନା ବାଡି କର୍ମଚାରୀ ମାନେ ସେମାନଙ୍କୁ ବୁଝାଉଛନ୍ତି। ତେଣୁ ସମସ୍ତ ମାଁ ଭଉଣୀ ମାନେ ଖୁସିରେ ଟିକା ନିଅନ୍ତୁ ଓ ନିଜ ଭିତରେ ଦୂରତା ବଜାୟ ରଖନ୍ତୁ ଓ ସୁରକ୍ଷିତ ହୁଅନ୍ତୁ ମାସ୍କ ପିନ୍ଧନ୍ତୁ ବୋଲି ଆଶା ଓ ଅଙ୍ଗନଔଡି କର୍ମଚାରୀ ଆହ୍ବାନ ଦେଇଛନ୍ତି ।