ଅନଲାଇନ ଶିକ୍ଷା ରୁ ବଞ୍ଚିତ ଛାତ୍ରଛାତ୍ରୀ ଙ୍କ ପାଇଁ ଡି.ଆଇ.ଇ.ଟି. ର ଶିକ୍ଷା କାର୍ଯ୍ୟକ୍ରମ

0
277

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୬/୭) : ବୌଦ୍ଧ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟୟନରତ ଗୁରୁଛାତ୍ରଛାତ୍ରୀ ଙ୍କ ନିମନ୍ତେ ଅଭିନବ ବିକଳ୍ପ ଶିକ୍ଷା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ହରଭଙ୍ଗା ବ୍ଲକରେ ଅନଲାଇନ ଶିକ୍ଷା ରୁ ବଞ୍ଚିତ ଥିବା ଶିକ୍ଷାର୍ଥି ମାନେ କିପରି ଉପକୃତ ହେବେ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଥିଲା ।WhatsApp Image 2021 07 27 at 9.59.39 AM ଅନଲାଇନ ଶିକ୍ଷା ରୁ ବଞ୍ଚିତ ଛାତ୍ରଛାତ୍ରୀ ଙ୍କ ପାଇଁ ଡି.ଆଇ.ଇ.ଟି. ର ଶିକ୍ଷା କାର୍ଯ୍ୟକ୍ରମ

କରୋନା ମହାମାରି ଯୋଗୁଁ ଅନଲାଇନ ଶିକ୍ଷା ଏକମାତ୍ର ବିକଳ୍ପ ହୋଇଥିବାରୁ ସରକାର ଙ୍କ ମାଧ୍ୟମରେ ଡି.ଆଇ.ଟି. ବୌଦ୍ଧ ଦାଇତ୍ୱରେ ଥିବା ଶିକ୍ଷକ/ପ୍ରଶିକ୍ଷକ ଙ୍କ ତତ୍ୱାବଧାନରେ ଗ୍ରାମାଚଂଳରେ ଥିବା ଶିକ୍ଷାର୍ଥି ମାନଙ୍କୁ ଖେଳ ,ନାଚ , ଗପ , ବିଭିନ୍ନ ଶିକ୍ଷଣ ସାମଗ୍ରୀ ମାଧ୍ୟମରେ ଶିକ୍ଷାଦାନ କୁ ସାମିଲ କରିଥିଲେ ।

ଏହି ଅଭିନବ ଶିକ୍ଷା ବ୍ୟବସ୍ଥାରେ ଡି.ଆଇ.ଟି. ବୌଦ୍ଧ ର ପ୍ରାୟ ୯୧ ଜଣ ଗୁରୁଛାତ୍ର ୮୦୯ ଜଣଙ୍କୁ ଶିକ୍ଷାଦାନ କରିଥିବା କୁହାଯାଇଛି । ପ୍ରଥମ ରୁ ଡୃଡୀୟ କ୍ଲାସ ର ପିଲାମାନେ ଭାଷା ଓ ଗଣିତ ଶିକ୍ଷାରେ ସର୍ବନିମ୍ନ ଦକ୍ଷତା ହାସଲ କରିପାରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି ।

ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଡିଆଇଇଟି ଅଧ୍ୟକ୍ଷ ଡଃ ବାମଦେବ ତ୍ରିପାଠୀ , ଅନୁଷ୍ଠାନ ର ବରିଷ୍ଠ ପ୍ରଶିକ୍ଷିକା ସମିତାରାଣୀ ପ୍ରଧାନ , ସର୍ମିଷ୍ଠା ଗଡନାୟକ , ଡଃ ନିହାରିକା ସାମନ୍ତରାୟ , ପ୍ରଶିକ୍ଷକ ଡଃ ବାବୁରାମ ପାଣି , ଶୁଭଲକ୍ଷ୍ମୀ ପରିଡା , ଅନୁପମା ମେହେର , ଅଭିମନ୍ୟୁ ସେଠୀ ଆଦି ସାମିଲ ଥିଲେ । ୟୁନିସେଫ୍ ଓଡିଶା ଶାଖା ପକ୍ଷରୁ କାର୍ଯ୍ୟକ୍ରମ ତଦାରଖ କରାଯାଉଛି ।