Friday, March 29, 2024

Top 5 This Week

Related Posts

ବଲାଙ୍ଗିର ପହଞ୍ଚିଲା କୋଶଳ ସ୍ୱାଭିମାନ ପଦଯାତ୍ରା : ବିଭିନ୍ନ ସଂଗଠନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗିର,ତା(୨୬/୦୭) : ବଲାଙ୍ଗିର ପହଞ୍ଚିଲା କୋଶଳ ସ୍ୱାଭିମାନ ପଦଯାତ୍ରା । କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ରଙ୍କ ନେତୃତ୍ୱରେ ବଲାଙ୍ଗିରର ବିଭିନ୍ନ ସଂଗଠନ ସ୍ୱାଭିମାନ ପଦଯାତ୍ରାକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ।37bbec15 e7b4 4e3f 8ac3 bba4f367230d ବଲାଙ୍ଗିର ପହଞ୍ଚିଲା କୋଶଳ ସ୍ୱାଭିମାନ ପଦଯାତ୍ରା : ବିଭିନ୍ନ ସଂଗଠନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

ବଲାଙ୍ଗିର ପହଞ୍ଚିଲା କୋଶଳ ସ୍ୱାଭିମାନ ପଦଯାତ୍ରା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଥା ଅନ୍ୟାନ୍ୟ ପ୍ରସଙ୍ଗରେ କୋଶଳାଞ୍ଚଳ ପ୍ରତି ରାଜ୍ୟ ସରକାରଙ୍କ ଭେଦ ଭାବକୁ କୋଶଳ ଯୁବ ସମନ୍ୱୟ ସମିତି ଦୃଢ଼ ନିନ୍ଦା କରିବା ସହ ଅଞ୍ଚଳବାସୀଙ୍କୁ ରାଜ୍ୟ ସରକାରଙ୍କ ଛଳନା ବିରୋଧରେ କୋଶଳ ସ୍ୱାଭିମାନ ପଦଯାତ୍ରାର ଡାକରା ଦେଇଥିଲା ।

ଜନଜାଗରଣ ଉଦ୍ଦେଶ୍ୟରେ ଗତ ୨୩ ତାରିଖରେ ଭବାନୀପାଟଣା ସ୍ଥିତ ମାଣୀକେଶ୍ୱରୀ ମନ୍ଦିରରୁ ପଦଯାତ୍ରା ବାହାରି ୨୮ ତାରିଖ ବରଗଡ଼ ଗାନ୍ଧୀଛକରେ ସମାପ୍ତ ହେବା କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହିକ୍ରମରେ ଆଜି ସକାଳୁ ପଦଯାତ୍ରା ବଲାଙ୍ଗିରରେ ପହଞ୍ଚିଛି ।

ପଦଯାତ୍ରାକୁ କୋଶଳ ସମନ୍ୱୟ ସମିତି, କୋଶଳ ସନିଅର ସିଟିଜେନ ଓ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଭବ୍ୟ ସ୍ୱାଗତ କରାଯିବା ସହ ସହର ପରିକ୍ରମା କରାଯାଇଛି । ବଲାଙ୍ଗିରରେ ମଧ୍ୟାହ୍ନ ଭୋଜନ ପରେ ପଦଯାତ୍ରା ବରଗଡ଼ ଅଭିମୁଖେ ବାହାରିବା ନେଇ ସୂଚନା ରହିଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles