ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଙ୍କ କଳାହାଣ୍ଡି ଗସ୍ତ, ବିଭିନ୍ନ କାର୍ଯ୍ୟର ସମୀକ୍ଷା

0
210

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି,ତା.(୨୫/୦୭) : କଳାହାଣ୍ଡିର ବିକାଶର ପରବର୍ତୀ ପର୍ଯ୍ୟାୟକୁ ନେବା ପାଇଁ ନିର୍ଦ୍ଦିଷ୍ଟ କାର୍ଯ୍ୟ ଯୋଜନା ପ୍ରସ୍ତୃତ କରିବାକୁ ଜିଲ୍ଲା ପ୍ରଶାସନକୁ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀଯୁକ୍ତ ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି ।

କଳାହାଣ୍ଡି ଗସ୍ତରେ ଆସି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ତ୍ରିପାଠୀ କଳାହାଣ୍ଡିରେ ନିର୍ମାଣାଧିନ ମେଡିକାଲ କଲେଜ,ଇନ୍ଦ୍ରାବତୀ ଟେମ୍ପଲ କମ୍ପେ୍ଲକ୍ସ, ନୂତନ ବସଷ୍ଟାଣ୍ଡ,ଉତ୍କେଳା ଏ୍ୟାରଷ୍ଟ୍ରିପ,ସାନ୍ଦୁଲ ଜଳସେଚନ ପ୍ରକଳ୍ପ, କେସିଙ୍ଗା – ବଲାଙ୍ଗୀର ୨୨୦ କେଭି ଲାଇନ, ବିଜୁ ଏକ୍ସପ୍ରେସ ୱେ,ଟାଉନହଲ, ଏମଏସଏମଇ ପାର୍କ, ଫୁଡପାର୍କ ଇତ୍ୟାଦି ସଂପର୍କରେ ଜିଲ୍ଲାପାଳ ଅବଗତ କରିଥିଲେ ।

କଳାହାଣ୍ଡିର ବିକାଶକୁ ପରବର୍ତୀ ପର୍ଯ୍ୟାୟକୁ ନେବା ପାଇଁ ଆବଶ୍ୟକୀୟ ଯୋଜନା ପ୍ରସ୍ତୃତ କରିବା ପାଇଁ ବୈଷୟୀକ ଜ୍ଞାନ କୌଶଳ,ଦାୟୀତ୍ୱ ବୋଧ,ତାଲିମ ଆଧାରରେ ଲୋକଙ୍କ ଜୀବନଧାରଣର ମାନବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯିବାକୁ ଉପସ୍ଥିତ ଜିଲ୍ଲାସ୍ତରୀୟ ପଦାଧିକାରୀ ମାନଙ୍କୁ ଆହ୍ୱାନ ଜଣାଇଥିଲେ ।

ପଶୁପାଳନ, ମତ୍ସ୍ୟ ଚାଷ, ଉଦ୍ୟାନକୃଷି, ଏମ.ଏସ.ଏମ.ଇ. ଆଦି କରିବାପାଇଁ ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବାପାଇଁ ଲକ୍ଷ୍ୟ ରଖିବାକୁ ପରାମର୍ଶ ଦେଇଥିଲେ ।

ସମୀକ୍ଷା ବୈଠକ ପରେ ମାନ୍ୟବର ଶକ୍ତି, ଶିଳ୍ପ ତଥା ଏମଏସଏମଇ ଓ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ସହିତ ଭବାନୀପାଟଣା ଠାରେ ନିର୍ମାଣାଧିନ ଟାଉନହଲ, ଭଙ୍ଗାବାରୀ ଠାରେ ନିର୍ମାଣାଧିନ ଡାକ୍ତରଖାନା, ଜାରିଙ୍ଗସ୍ଥିତ ଛେଳି ପ୍ରଜନନ କେନ୍ଦ୍ର,ଭତ୍ରାଯୋର ଏମଆଇପି, ଜୁନାଗଡ ନେତ୍ର ଚିକିତ୍ସାଳୟ, ବିଜୁପଟ୍ଟନାୟକ ସ୍ପୋର୍ଟ୍ସ କମ୍ପେ୍ଲକ୍ସ,ଛୋରିଆଗଡ ଶୀଳ୍ପି ଗ୍ରାମ ପରିଦର୍ଶନ କରିଥିଲେ ।

ଧର୍ମଗଡ ବ୍ଲକ ବେହେରା ଗ୍ରାମରେ ଡେଙ୍ଗାଗୁଡା-ବେହେରା ୩୩ କେଭି ଲାଇନ ର ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଧର୍ମଗଡ ବିଧାୟକ ମୌଷଧିବାଗ, ଧର୍ମଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷ ବଳରାମ ପୂଝାରୀ ମଧ୍ୟ ଉପସ୍ଥିତ ଥିଲେ ।

କଳାହାଣ୍ଡି ଏକ କୃଷିପ୍ରଧାନ ଜିଲ୍ଲା ହୋଇଥିବା କାରନରୁ ଅଧରକରୁ ଅଧିକ ଚାଷିଙ୍କ ସାମିଲ କରାଯାଇ ଅଧିକ ସଂଖ୍ୟକ କୃଷିଭିତ୍ତିକ ଯୋଜନା ପ୍ରସ୍ତୃତ କରାଗଲେ ଜିଲ୍ଲାର ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ବୁଦ୍ଧିଜୀବି ମହଲରେ ମତପ୍ରାଶ ପାଇବାରେ ଲାଗିଛି ।