ସାଧାରଣ ଜନତାଙ୍କ ସ୍ୱର

ଆକାଶଙ୍କ ବିବାହ ପାଇଁ ୫ କୋଟିରେ ବୁକ ହୋଇଥିଲା ପ୍ୟାଲେସ, ନାଚିଥାନ୍ତେ ବଲିଉଡ୍ ହିରୋଇନ୍,ବରଯାତ୍ରୀଙ୍କ ପାଇଁ ବିମାନ ବ୍ୟବସ୍ଥା

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର (୦୭/୧୨): ଆକାଶ ପାଠକର ବିବାହକୁ ଐତିହାସିକ ଓ ରଙ୍ଗୀନ କରିବା ପାଇଁ କୋଟି କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଥିଲା । ଯାହାର ପ୍ରମାଣ ଏବେ ଭିଜିଲାନ୍ସ ହାତରେ ଲାଗିଛି । ରାଜସ୍ଥାନର ଉଦୟପୁରରେ ତାଜ ଲେକ୍ ପ୍ୟାଲେସରେ ବିବାହ ପାଇଁ ସବୁ ପ୍ରସ୍ତୁତି ହୋଇ ସାରିଥିଲା ।

କେବଳ ବିବାହ ପାଇଁ ତାଜ ପ୍ୟାଲେସର ଭଡ଼ା ୫ କୋଟି ଟଙ୍କା ଥିବାବେଳେ ଅଗ୍ରୀମ ୨୦ ଲକ୍ଷ ଟଙ୍କା ଦିଆ ସାରିଥିଲା । ବରଯାତ୍ରୀଙ୍କ ପାଇଁ ଚାର୍ଟର ବିମାନ,ଦାମୀ ଉପହାର ବ୍ୟବସ୍ଥା ବି ହୋଇଥିଲା । ରାଜ ଉଆସ ଭଳି ସାଜସଜ୍ଜା,ଅତିଥିଙ୍କ ପାଇଁ ପଞ୍ଚତାରକା ହୋଟେଲର ମେନୁ ବି ତିଆରି ହୋଇଥିଲା । ବିବାହ ଉତ୍ସବକୁ ଆହୁରି ଆକର୍ଷଣୀୟ କରିବା ପାଇଁ ମେଲୋଡି କାର୍ଯ୍ୟକ୍ରମ ସହ ବଲିଉଡର ଆଗଧାଡିର ଅଭିନେତ୍ରୀ ଓ ନାମୀଦାମୀ କଣ୍ଠଶିଳ୍ପୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । ତେବେ ଏହି ବିବାହରେ ୧୦ କାଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା । କ୍ରାଇମବ୍ରାଞ୍ଚ ଅଭୟଙ୍କ ଚାକିରୀ ନାଁରେ ଠକାମୀ ବିଷୟରେ ଛାନଭିନ କରୁ କରୁ ତାଙ୍କ ପିଏ ଡେଭିଡ ପିଟରଙ୍କ ଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି । ପିଟର ଫେସବୁକ୍ ଜରିଆରେ ଅନେକ ଆକାଉଣ୍ଟ ଖୋଲି ଇଞ୍ଜିନିୟରିଂ ପାସ କରିଥିବା ଯୁବକ ଯୁବତୀଙ୍କୁ ଟାର୍ଗେଟ୍ କରୁଥିଲା । ଚାକିରୀ ଲୋଭ ଦେଖାଇ ସେମାନଙ୍କ ସହ କଥାବାର୍ତ୍ତା ହେଉଥିଲା । ଆବେଦନ କରିବା ପାଇଁ ଆକାଶଙ୍କର ଇ-ମେଲ ଆଇଡି ଓ ଫୋନ ନଂ ଦିଆଯାଇଥିଲା । ଯେଉଁମାନେ ଚାକିରୀ ପାଇଁ ଆବେଦନ କରୁଥିଲେ ଲୋଭନୀୟ ଦରମଦେଖାଇ ସେମାନଙ୍କୁ ଠକେଇ କରାଯାଉଥିଲା ।

Leave a Reply

Your email address will not be published. Required fields are marked *

%d bloggers like this: