ଜାତୀୟ ରାଜପଥ ୨୬ ରେ ସଡକ ଦୁର୍ଘଟଣା ରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର

0
236

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୨୫/୦୭) : ବଲାଙ୍ଗୀର ଜିଲ୍ଲା ର ସଇଁତଲା ଥାନା ଅନ୍ତର୍ଗତ ବେଲ ଗାଁ ଫାଣ୍ଡି ନିକଟସ୍ଥ ବଙ୍ଗଲା ଛକ ନିକଟରେ ଜାତୀୟ ରାଜପଥ ୨୬ ରେ ସଡକ ଦୁର୍ଘଟଣା ଘଟିଛି |

ଦୁର୍ଘଟଣା ରେ କଳାହାଣ୍ଡି ଜିଲ୍ଲା ର କର୍ଲା ମୁଣ୍ଡା ର ବ୍ଲକ ର ଚକ୍ରଧର ସାହୁ ନାମକ ଜଣେ ବ୍ୟବସାୟୀ ଙ୍କ ଗାଡି ଜାତୀୟ ରାଜପଥ ୨୬ ରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେବା ରୁ ଶ୍ରୀ ସାହୁ ଙ୍କ ଶୋଚନୀୟ ମୃତ୍ୟୁ ଘଟିଛି | ଅନ୍ୟ ଜଣେ ଗୁରୁତର ଆହତ ଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇ ଥିବା ସୂଚନା ମିଳିଛି ।

ମୃତ ଶ୍ରୀ ସାହୁ ଙ୍କ ସହ ଥିବା ଅନ୍ୟ ଜଣେ ଗୁରୁତର ଙ୍କୁ ସଇଁତଲା ଓ ପରେ ସେଠୁ ବଲାଙ୍ଗୀର କୁ ସ୍ଥାନାନ୍ତରିତ କରିଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।