Friday, March 29, 2024

Top 5 This Week

Related Posts

ଆବାସ ଯୋଜନାରେ ଦୁର୍ନୀତି କୁ ବିରୋଧ କରି କୋଶଲ ସମନ୍ୱୟ ସମିତି ର ଯରୁରୀ ବୈଠକ ଅନୁଷ୍ଠିତ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗିର,ତା(୨୫/୦୭) : ବଲାଙ୍ଗିର ୟୁଥ ଏକ୍ସନ କମିଟି କାର୍ଯ୍ୟାଳୟରେ ସଭାପତି ଶ୍ରୀ ବିନୋଦ କୁମାର କାଲସାଏଙ୍କ ନେତୃତ୍ୱରେ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଶ୍ଚିମ ଓଡ଼ିଶା ପ୍ରତି ହୋଇଥିବା ଅନ୍ୟାୟ ପାଇଁ କୋସଲ ସ୍ୱାଭିମାନ ପଦଯାତ୍ରା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ କେନ୍ଦ୍ର ସରକାର ୮ଲକ୍ଷ ୧୭ ହଜାର ଘର ଦେଇଥିବା ବେଳେ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶା କୁ ୧୭୦୦ ଘର‌ ପ୍ରଦାନ କରିବା ଓ ପଶ୍ଚିମ ଓଡ଼ିଶା ର ଅନେକ ଜିଲ୍ଲା କୁ ଆବାସ ଯୋଜନାରେ ବିଲକୁଲ ସାମିଲ ନ‌ କରିବା ଏହା ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବା ବାରି ହୋଇ ପଡ଼ୁଛି |

ଏହାକୁ ଦୃଢ଼ ନିନ୍ଦା କରାଯାଉଛି ଏବଂ କୋସଲ ଯୁବ ସମନ୍ୱୟ ସମିତି ପକ୍ଷରୁ ହେଉଥିବା କୋସଲ ସ୍ୱାଭିମାନ ପଦଯାତ୍ରା କୁ ପୂର୍ଣ୍ଣ ସମର୍ଥନ କରିବା ସହ ବଲାଙ୍ଗୀର ରେ ସ୍ୱାଗତ କରିବା ପାଇଁ ନିଷ୍ପତ୍ତି କରାଗଲା ।

ଆଜିର ଏହି ବୈଠକରେ ସଭାପତି ବିନୋଦ କୁମାର କାଲସାଏ,ରିଲୁ ରଥ, ରବି ଖମାରୀ, ପ୍ରଶାନ୍ତ ନାୟକ,ସୁମେସ ଡାଙ୍ଗ,ବଣ୍ଟୁ ବଗର୍ତ୍ତୀ, ରାଜେନ୍ଦ୍ର ସେଠୀ, ଶ୍ୟାମସୁନ୍ଦର ଗହିର,ରାଧୁ ଦିପ, ବିବେକ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

Popular Articles