ଇଡକୋ ଜମି ପ୍ରଦାନରେ ଜାଲିଆତି : ରାଜନେତାଙ୍କ ଠୁ ଅଫିସର ସବୁ ସାମିଲ

0
206

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୨୬/୦୭) : ରାଜ୍ୟରେ ସ୍ୱଚ୍ଛ ଶାସନ ଚାଲିଛି ବୋଲି ସରକାର କହି ବୁଲୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । କାଗଜ କଲମରେ ସବୁ ଠିକ୍ ଠାକ୍ ଚାଲୁଥିଲେ ମଧ୍ୟ ଭିତରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇପଡୁଛି । ଇଡକୋ ଜମି ପ୍ରଦାନରେ ଜାଲିଆତି ହୋଇଛି ।

ରାଜଧାନୀରେ ଜମି ଦର ଆକାଶଛୁଆଁ ହୋଇଥିବା ବେଳେ ସାଗ, ମାଛ ଦରରେ ସରକାର ଇଡକୋ ଜମି କୁ ବେପାର ନାଁରେ ମାଫିଆ, ଦଲାଲଗିରି କରୁଥିବା ଲୋକମାନଙ୍କ ହାତକୁ ଟେକି ଦେଉଛନ୍ତି । ସବୁଠୁ ବଡ କଥା ହେଉଛି ବେପାର ନାଁ ଜମି ନେଇ ପରେ ଏହାକୁ ସେମାନେ ଅଧିକ ଦରରେ ଅନ୍ୟ ଲୋକମାନଙ୍କୁ ବିକ୍ରି କରି ଦେଉଛନ୍ତି ।

ଏଠାରେ ସାଧାରଣ ଲୋକଟିଏ ଘର ଖଣ୍ଡେ କରିବାକୁ ଜମି ପାଉନଥିବା ବେଳେ ଏଭଳି ମାଫିଆମାନଙ୍କୁ ଜମି ଦେଇ ସରକାର କଣ ଲାଭ ପାଉଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । ରାଜ୍ୟରେ ୫-ଟି ଶାସନ ଚାଲୁଛି ବୋଲି କୁହାଯାଇଥିଲେ ମଧ୍ୟ ଉଭୟ ସରକାର ଏବଂ ଇଡକୋ ଅଧିକାରୀମାନଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ରାଜଧାନୀରେ ଜମି ଦର ଏକରକୁ ୧୫ କୋଟିରୁ ଅଧିକ ଟଙ୍କା ବିକ୍ରି ହେଉଛି । କିନ୍ତୁ ଏହି ଜମି ଇଡକୋ ଏକରକୁ ୩୦ ଟଙ୍କାରେ ବିଭିନ୍ନ ବ୍ୟବସାୟୀକ ସଂସ୍ଥା, ଗଣମାଧ୍ୟମ ସଂସ୍ଥା, ମେଡିକାଲ,ସ୍ପୁଲ ଆଦି ସମାଜର ବିକାଶ ପାଇଁ ହେବାକୁ ଥିବା କାର୍ଯ୍ୟ ପାଇଁ ଯୋଗାଇ ଦେଉଥିବା ଅଭିଯୋଗ ହେଉଛି ।

ଏତେ କମ ଦରରେ ଜମି ଯୋଗାଇବାର ଅର୍ଥ ହେଉଛି ଏହି ସଂସ୍ଥା ଦ୍ୱାରା ସମାଜର ମଙ୍ଗଳ ହେବ ନଚେତ ସାଧାରଣ ଲୋକଟିଏ ଏଥିରେ ଲାଭବାନ ହେବ । ମେଡିକାଲ , ଗଣମାଧ୍ୟମ, ସ୍କୁଲ ନିର୍ମାଣ କ୍ଷେତ୍ରରେ ସରକାର କମ ଦାମରେ ଜମି ଯୋଗାଇ ଦେବା ଯଥାର୍ଥ । ହେଲେ ଶିଳ୍ପ ସଂସ୍ଥା ନାଁରେ ଯେଉଁ ଜମି ଦିଆଯାଉଛି । ସେଥିରୁ କିଛି ଲାଭ ମିଳୁଥିବା ଭଳି ଦେଖିବାକୁ ମିଳୁନାହିଁ ।

ଶିଳ୍ପ ନାଁରେ ଦଲାଲ, ମାଫିଆ ମାନଙ୍କୁ ଜମି ଦିଆଯାଉଥିବା ଦେଖିବାକୁ ମିଳୁଛି । ଯେଉଁମାନେ ନାହିଁ ସି.ଏସ୍ଆର ପାଣ୍ଠି ମାଧ୍ୟମରେ ଟଙ୍କା ଦେଉଛନ୍ତି ନା ସମାଜର ବିକାଶ ପାଇଁ କିଛି କାର୍ଯ୍ୟ କରୁଛନ୍ତିି । ବଡ ବଡ ଶିଳ୍ପ ସଂସ୍ଥାଗୁଡିକ ଏଠାରେ ଜମି ପାଉ ନ ଥିବା ବେଳେ କିଛି ବ୍ୟକ୍ତି ସରକାର ଏବଂ ଇଡକୋ ଅଫିସର, ରାଜନେତାମାନଙ୍କୁ ଟଙ୍କା ଦେଇ ଜମି ହାତଉଛନ୍ତି । ସବୁଠୁ ବଡ କଥା ହେଉଛି ଏମାନଙ୍କ ମଧ୍ୟରୁ କିଛି ଜମି ନେବା ପରେ କିଛି ବଷ୍ୟ ନିଜର ବ୍ୟବସାୟ ଚଳାଇ ପରେ ଏହାକୁ ୧୦ ଗୁଣା ଦରରେ ଅନ୍ୟ ଲୋକମାନଙ୍କୁ ବିକ୍ରି କରୁଛନ୍ତି ।

ମଞ୍ଚେଶ୍ୱର ଥାନା ପଛରେ ଥିବା ଏକ ଏକର ପାଖାପାଖି ଥିବା ଏକ ଜମିକୁ ଇଡକୋ ୩୦ ଟଙ୍କା ଟଙ୍କା ଜଣେ ବ୍ୟକସାୟୀଙ୍କୁ ଦେଇଛନ୍ତି । ଯିଏ ସେଠାରେ ଏକ ଚିଙ୍ଗୁଡି ପ୍ରକ୍ରିୟାକରଣ ଶିଳ୍ପ ଖୋଲିବେ ବୋଲି ସୂଚନା ମିିଳିଛି । ଉକ୍ତ ବ୍ୟକ୍ତି ଜଣଙ୍କ ପୂର୍ବରୁ ଏକ ହୋଟେଲ ଚଳାଉଥିଲେ । ପରେ ସେ କିଛି ସରକାରୀ ଅଫିସର ଏବଂ ରାଜନେତାଙ୍କୁ କୋଟିଏରୁ ଅଧିକ ଟଙ୍କା ଲାଞ୍ଚ ଆକାରରେ ଦେଇ ଏହି ଜମି ହାତେଇଥିବା ଅଭିଯୋଗ ହୋଇଛି ।

ଏବେ ରାଜଧାନୀରେ ଜମି ମୂଲ୍ୟ ଏକରକୁ ଅତି କମରେ ୧୫ କୋଟି ଟଙ୍କାରେ ବିକ୍ରି ହେଉଥିବା ବେଳେ ମଞ୍ଚେଶ୍ୱର ଭଳି ହଟସ୍ପଟ ସ୍ଥାନରେ ଏତେ କମ ଦାମରେ ପୁଣି ନାଁ ନ ଥିବା ଜଣେ ବ୍ୟକ୍ତିଙ୍କୁ ଦେବା ସିଧାସଳଖ ସରକାରଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

କେବଳ ମଞ୍ଚେଶ୍ୱର ନୁହେଁ, ଚନ୍ଦ୍ରଶେଖରପୁର, ପଟିଆ, ଜାଗମରା, ଆଦି ଅଞ୍ଚଳରେ ଇଡକୋ ଜମିକୁ ବେଆଇନ ଭାବେ ଶିଳ୍ପ ସଂସ୍ଥା ଗୁଡିକ ହାତକୁ ଟେକି ଦିଆଯାଉଛି । ଯେଉଁମାନଙ୍କର ସେଭଳି ଶିଳ୍ପ ସଂସ୍ଥା ନ ଥିଲେ ମଧ୍ୟ ଲାଞ୍ଚ ଆକାରରେ ଉପରିସ୍ଥ ଅଧିକାରୀ ଏବଂ ରାଜନେତାମାନଙ୍କୁ ଟଙ୍କା ଦେଇ କମ୍ ଦାମରେ ଜମି ହାତଉଛନ୍ତି ।

ରାଜଧାନୀରେ ଏବେ ସରକାର ଜମି ବହୁତ କମ ପରିମାଣରେ ଅଛି । ଯାହା କିଛି କାର୍ଯ୍ୟରେ ଲାଗିନାହିଁ । ରାଜଧାନୀରେ ଜନସଂଖ୍ୟା ଯେଉଁ ଅନୁପାତରେ ବୃଦ୍ଧି ପାଉଛି ଭବିଷ୍ୟତରେ ଜମିର ଆବଶ୍ୟକତା ପଡିଲେ ସରକାର ଜମି କେଉଁଠୁ ଆଣିବେ ତାକୁ ନେଇ ପ୍ରଶ୍ନ ଉଠୁଛି ।