ମନ୍ କି ବାତ୍ ରେ ଓଡ଼ିଆ ୟୁଟ୍ୟୁବର ଇସାକ ମୁଣ୍ଡାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

0
235

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୨୬/୦୭) : ମାସିକ ମନ୍ କି ବାତ୍ ର ୭୯ତମ ସଂସ୍କରଣରେ ଓଡ଼ିଆ ଯୁବକଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । 

ମୁଲ ଲାଗି କାର୍ଯ୍ୟ କରୁଥିବା ସମ୍ବଲପୁରର ଇସାକ ମୁଣ୍ଡାଙ୍କୁ ମନ୍ କି ବାତ୍ ରେ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିନେ ଦିନ ମଜୁରିଆ ଥିବା ଇସାକ ମୁଣ୍ଡା ଆଜି ୟୁଟ୍ୟୁବ୍ ସେନସେସନ୍ ପାଲଟି ଯାଇଛନ୍ତି । ନିଜ ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ଅର୍ଥ ରୋଜଗାର କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି |

ପ୍ରଧାନମନ୍ତ୍ରୀ କହିଛନ୍ତି ଇସାକ ତାଙ୍କ ୟୁଟ୍ୟୁବ ଭିଡିଓରେ ସ୍ଥାନୀୟ ଖାଦ୍ୟ, ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରିବାର ପ୍ରଣାଳୀ, ନିଜ ଗାଁ, ନିଜ ଜୀବନଶୈଳୀ ଓ ପରିବାର ସଂପର୍କରେ କହିଥାନ୍ତି । ଟେକ୍ନୋଲୋଜିକୁ ବ୍ୟବହାର କରି ଇସାକ ମୁଣ୍ଡା ଆଜି ୟୁଟ୍ୟୁବ୍ ପରିଚିତ ହୋଇଥିବାରୁୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଇସାକ ମୁଣ୍ଡା ସମସ୍ତଙ୍କ ପାଇଁ ପ୍ରେରଣା । ଯୁବପିଢିଙ୍କୁ କିଛି ନୂଆ ଏବଂ ଭିନ୍ନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଏହି ବାର୍ତ୍ତା ଏବଂ ପ୍ରସ୍ତାବ ପଠାଉଥିବା ୭୫% ବ୍ୟକ୍ତିବିଶେଷ ୩୫ ବର୍ଷରୁ କମ୍ ବୋଲି ନିକଟରେ ‘ମାଇଁ ଗଭ୍ ଟଡ୍ ଇନ୍’ କରିଥିବା ଅଧ୍ୟୟନରୁ ଜଣାପଡ଼ିଛି ।

ଏହି ବାର୍ତ୍ତା ହେଉଛି ସକାରତ୍ମକତା ଏବଂ ଅନ୍ତର୍ଦୃଷ୍ଟି ଥିବା ଗୋଟାଏ ମାଧ୍ୟମ । ଜାତୀୟ ପ୍ରଗତି ନିମନ୍ତେ ଏକତ୍ର ହୋଇ କାର୍ଯ୍ୟ କରିବା ଭାରତ ପାଇଁ ଆବଶ୍ୟକ ହୋଇପଡ଼ିଛି ।