ସାଧାରଣ ଜନତାଙ୍କ ସ୍ୱର

ଦଳର ଗୁମର ଖୋଲି ମୋର ଏ ଅବସ୍ଥା, ଆଗକୁ ଆହୁରି ଅଛି ,ମୁଁ ଜଣେଇ ପାରୁନି, ଆମ ନିକଟରେ ଦେଲେ ସୂଚନା

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର,ତା୦୩-୧୨): ବିଜେଡିରୁ ନିଲମ୍ବିତ ବିଧାୟକ ପ୍ରଦୀପଙ୍କୁ ଆଜି ଅଚାନକ ସନ୍ଧ୍ୟାରେ ଗରିଫ କରିଛି କ୍ରାଇମ ବ୍ରାଞ୍ଚ। ଏହାପରେ ପ୍ରଦୀପଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟରେ କ୍ରାଇମ୍‌ବ୍ରାଞ୍ଚ ହାଜର କରାଇଥିଲା । ସେଠାରେ ତାଙ୍କର ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଛି ।

ଏ ସମୟରେ ଆମ ନିକଟରେ ଦଳ ର ଗୁମର ଖୋଲିବାରୁ ମୋର ଏଇ ଅବସ୍ଥା ବୋଲି ଜଣାଇ ଆଗକୁ ଆଉ ବହୁତ କିଛି ଅଛି ମୁଁ ଜଣେଇ ପାରୁନି ବୋଲି କହିଛନ୍ତି। ପ୍ରଦୀପଙ୍କୁ ତାଙ୍କ ଭାବି ଜ୍ୱାଇଁ ଆକାଶ ପାଠକ ରହୁଥିବା ଭୁବନେଶ୍ୱର ସ୍ଥିତ ଝାଡ଼ପଡା ସ୍ୱତନ୍ତ୍ର ଜେଲକୁ ନିଆଯାଇଛି । ବିଧାୟକ ପ୍ରଦୀପ ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡ଼ିତ ଦର୍ଶାଇବା ସହ ତାଙ୍କ ବ୍ୟକ୍ତିଗତ ଓକିଲ ପ୍ରଦୀପଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ କୋର୍ଟରେ ଆବେଦନ କରିଛନ୍ତି । ସୂଚନା ମୁତାବକ ତାଙ୍କୁ ଝାଡ଼ପଡା ସ୍ୱତନ୍ତ୍ର କାରାଗାରରେ ରଖାଯିବାର ବ୍ୟବସ୍ଥା କରାଯାଇଛି । ତାଙ୍କ ପତ୍ନୀ ସୁଜାତା ରାତ୍ରି ପାଇଁ ଆବଶ୍ୟକୀୟ ସାମଗ୍ରୀ ମଧ୍ୟ ଆଣି ତାଙ୍କୁ ଭେଟିଛନ୍ତି । ଇଣ୍ଡିଆନ ପେନାଲ କୋର୍ଡର (IPC)ଦଫା ୪୧୯/୪୨୦/୪୬୭/ ୪୬୮/୪୬୯/୪୭୧,୧୨୦-ବି ଦଫା ଲାଗିବା ସହ ୬୬ସି, ୬୬ଡି ଆଇଟି ଆକ୍ଟ ତାଙ୍କ ବିରୋଧରେ ଲାଗୁ ହୋଇଛି । ତାଙ୍କ ବିରୁଦ୍ଧରେ ପର୍ଯ୍ୟାପ୍ତ ପ୍ରମାଣ ଥିବା କ୍ରାଇମବ୍ରାଞ୍ଚ ସ୍ପଷ୍ଠ କରିଛି । ତେବେ ଶାସକ ଦଳ ବିଜେଡି ବିରୋଧରେ ସେ ଆଜି ମୁହଁ ଖୋଲି ଡାଲି ଦୁର୍ନୀତି ଏବଂ ଅନ୍ୟାନ୍ୟ ଦୁର୍ନୀତି ମାମଲାରେ ଗଣମାଧ୍ୟମକୁ ସୂଚନା ଦେଇଥିବା ଯୋଗୁଁ ଏଭଳି ଅଚାନକ ଗିରଫ କରାଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି |

Leave a Reply

Your email address will not be published. Required fields are marked *

%d bloggers like this: