ଦେଶର ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ଦୈନିକ ଭାସ୍କର ର ଅଫିସରେ ଆୟକର ବିଭାଗର ଚଢାଉ

0
212

ରିପୋର୍ଟ : ସୁଭାସିସ ନାୟକ //
ନୂଆଦିଲ୍ଳୀ,(୨୩/୦୭) : ଦେଶର ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ତଥା ଖବରକାଗଜ ଗ୍ରୁପ୍ ଦୈନିକ ଭାସ୍କରର ଅଫିସ୍ରେ ଗୁରୁବାର ଆୟକର ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି ।

ଦେଶର ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ଦୈନିକ ଭାସ୍କର କରୋନାରେ ସମୟରେ ଖବର ସଂଗ୍ରହ କରି ଏକ ଅଗ୍ରଣୀ କରୋନା ଯୋଦ୍ଧା ର ପରିଚୟ ହାସଲ କରିଥିବା ଏହି ସଂସ୍ଥା ଉପରେ ଚଢ଼ାଉ ଏବେ ଚାରିଆଡେ଼ ଚାଞ୍ଚଲ୍ୟ ସୃଷ୍ଟି କରିଛି | ଦୈନିକ ଭାସ୍କର ର ଦେଶରେ ବିଭିନ୍ନ ଶାଖା ରହିଥିବା ବେଳେ ଆୟକର କର୍ମଚାରୀମାନେ ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ ଏବଂ ମହାରାଷ୍ଟ୍ରର କାର୍ଯ୍ୟାଳୟ ରେ ଚଢ଼ାଉ କରିଥିବା ସୂଚନା ରହିଛି ।

ଟିକସ ଫାଙ୍କିବା ଅଭିଯୋଗ ରେ ଆୟକର ବିଭାଗ ଦୈନିକ ଭାସ୍କରର ବିଭିନ୍ନ ଅଫିସ୍ରେ ପଶି ଚଢ଼ାଉ କରିଥିବା ଜାଣିବାକୁ ମିଳିଛି । ତେବେ ଏ ନେଇ ଅଧିକ ସୂଚନା ମିଳି ନ ଥିବା ବେଳେ ଆୟକର ବିଭାଗ ପକ୍ଷ ଣୁ ଯାଞ୍ଚ ଜାରି ରହିଛି ।