ରିପୋର୍ଟ: ଜଗବନ୍ଧୁ ସାହୁ //
ବରଗଡ଼ (୦୨/୧୨): ବରଗଡ ଜିଲ୍ଲା ଭଟଲି ସ୍ଥିତ ଦଧିବାମନ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୨ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଏକ ପ୍ରଶାସନିକ ଭବନ ତଥା ଶ୍ରେଣୀ ଗୃହ ଓ କେଣ୍ଟିନ ଗୃହର ନିର୍ମାଣ ସକାଶେ ଭିତ୍ତି ପ୍ରସ୍ତର ସ୍ଥାପନ କରିଯାଇଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ ।
ଆୟୋଜିତ କାର୍ଯ୍ୟକ୍ରମରେ ବରଗଡ଼ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଭାସ କୁମାର ଡନସନା, ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ଜୟସେନ ଭୋଇ, ଜିଲ୍ଲାପରିଷଦ ସଭ୍ୟ ନିତ୍ୟାନନ୍ଦ ପଧାନ, ଗୋବିନ୍ଦ ପଧାନ, ସନ୍ତୋଷ ସେଠ, ମଦନ ସାହୁ, ସନ୍ତୋଷ ସେଠ ପ୍ରମୁଖଙ୍କ ସମେତ ମହାବିଦ୍ୟାଳୟର କର୍ମଚାରୀ ବୃନ୍ଦ, ମହାବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା, ଅଞ୍ଚଳର ଗଣ୍ୟମାନ୍ୟ ବ୍ୟକ୍ତି ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ ।