ରିପୋର୍ଟ: ଜଗବନ୍ଧୁ ସାହୁ //
ଭଟଲି (୦୧/୧୨): ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ଭଟଲି ମଣ୍ଡଳରେ ଭାରତୀୟ ଜନତା ପାର୍ଟିର ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।
ମାନ୍ୟବର ସାଂସଦ ବରଗଡ଼ ଲୋକସଭା ଶ୍ରୀଯୁକ୍ତ ସୁରେଶ ପୂଝାରୀ ଶିବିରଟିକୁ ଉଦଘାଟନ କରିଯାଇଛନ୍ତି୍ । ବରିଷ୍ଠ ବିଜେପି ନେତା ଶ୍ରୀଯୁକ୍ତ ସୌରୀ ଚରଣ ବାରିକ, ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ସୁରେଶ୍ୱର ଶତପଥୀ, ସୁଶାନ୍ତ ମିଶ୍ର, ଇରାଶିଷ ଆଚାର୍ଯ୍ୟ, ଅରୁପାନନ୍ଦ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ରବିନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଦେଇଛନ୍ତି ।

