ସାଧାରଣ ଜନତାଙ୍କ ସ୍ୱର

ଯୁବତୀ ଙ୍କୁ ଧର୍ଷଣ ଅଭିଯୋଗରେ ଯୁବକ ଗିରଫ

ରିପୋର୍ଟ: ରାକେଶ ମହାରଣା //
ବେଗୁନିଆପଡା (୦୧/୧୨): କୋଦଳା ଥାନା, ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ବଡ ଖଇରୀଖମା ପଞ୍ଚାୟତ ର ବାଉରୀ ସାହିରେ ରହୁଥିବା ସହଦେଵ ଦାସ ଙ୍କ ପୁଅ ସୁଜନ ଦାସ ଙ୍କୁ ଧର୍ଷଣ ଅଭିଯୋଗରେ ପୋଲିସ ଗିରଫ କରିଛି |

ସୂଚନା ଅନୁଯାୟୀ ଉକ୍ତ ପଞ୍ଚାୟତର ଶ୍ରଦ୍ଧା ପୁର ଗ୍ରାମ ବାଉରୀ ସାହି ରେ ରହୁଥିବା ବବି ଦାସ (ଛଦ୍ମନାମ )ଙ୍କୁ ଘରେ କେହି ନଥିବା ଅବସ୍ଥାରେ ସେହି ଗ୍ରାମର ସୁଜନ ଦାସ ଗତ ୨୯ ତାରିଖ ସନ୍ଧ୍ୟା ୭ଟା ସମୟରେ ବବି(ଛଦ୍ମନାମ)ଙ୍କ ଘର ପଛ ପଟେ ଥିବା ଲାଟିନକୁ ବଳ ପୂର୍ବକ ଟେକି ନେଇ ଧର୍ଷଣ କରିଥିଲା | ୩୦ ତାରିଖ ଦିନ ଏ ନେଇ ଝିଅ ଘର ପକ୍ଷରୁ ବେଗୁନିଆପଡା ଫାଣ୍ଡି ରେ ଲିଖିତ ଅଭିଯୋଗ ପରେ ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଘଟଣା ସ୍ଥଳକୁ ଯାଇ ସୁଜନ ଦାସ କୁ ଗିରଫ କରିବା ସହ କେଶ ନଂ ୪୪୩ /୨୦୨୦ ରେ ମାମଲା ୠଜୁକରି ବଲାତ୍କାରୀ ଅଭିଯୁକ୍ତ ସୁଜନ ଦାସ କୁ ଦଫା ୩୬୩,୩୪୨ ,୩୭୬ (୩ )(i) ଆଇ ପି ସି ୪ ଫୋକ୍ସ ଆକ୍ଟ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି |

Leave a Reply

Your email address will not be published. Required fields are marked *

%d bloggers like this: