ରିପୋର୍ଟ: ରାକେଶ ମହାରଣା //
ଖଲ୍ଲିକୋଟ (୦୧/୧୨): ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ନିର୍ମଳଝର ଛକ ଠାରେ ବୋମା ଫୁଟି ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର।
ମୃତକ ଜଣକ ନୂଆ ଫାସୂଳା ଗ୍ରାମର ମିଟୁ ମହାରଣା ଓରଫ କାଳିଆ । ଆହତ ସେହି ଗ୍ରାମର ସିଲୁ ପାହାନ। କୌଣସି ଅପରାଧୀକ କାର୍ଯ୍ୟକଳାପ ଘଟାଇବା ପାଇଁ ଦୁହେଁ ମୋଟରସାଇକେଲରେ ଯାଉଥିବାବେଳେ ନିର୍ମଳଝର ଛକ ଠାରେ ବାଇକ ଚକ ସ୍ଲିପ ହୋଇଥିଲା l ଠିକ ସେତିକିବେଳେ ହାଣ୍ଡବ୍ୟାକରେ ବୋମା ଧରି ଯାଉଥିବା ମିଟୁଙ୍କ ହାତରୁ ବୋମା ଖସି ଏଭଳି ଅଘଟଣ ଘଟିଛି। ଖବର ପାଇ ଘଟଣା ସ୍ଥଳରେ ଖଲ୍ଲିକୋଟ ପୋଲିସ, ଦମକଳ ବାହିନୀ ପହଞ୍ଚି ଆହତଙ୍କୁ ସେସବୁ ମେଡିକାଲରେ ଭର୍ତି କରିବା ସହ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଛତ୍ରପୁର ଏସଡିପିଓ, ଡିଏସ୍ପି ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି l