ସାଧାରଣ ଜନତାଙ୍କ ସ୍ୱର

ସ୍କୁଲ ବନ୍ଦ ନ କରିବାକୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ

ରିପୋର୍ଟ: ଜଗବନ୍ଧୁ ସାହୁ //
ସୋହେଲା (୦୧/୧୨): ସ୍କୁଲ ମିଶ୍ରଣ ପ୍ରକ୍ରିୟାରେ ସୋହେଲା ବ୍ଲକ ଅନ୍ତର୍ଗତ ତୁରୀମୁଣ୍ଡା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟଟି ବନ୍ଦ ହୋଇ ଅନ୍ୟ ସ୍କୁଲ ସହିତ ମିଶ୍ରଣ ହେବାକୁ ଯାଉଛି ।

୧୯୬୧ ମସିହାଠାରୁ ସ୍ଥାପିତ ହୋଇଥିବା ସ୍କୁଲଟିରେ ପ୍ରଥମ ଶ୍ରେଣୀ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଛନ୍ତି ଛାତ୍ରଛାତ୍ରୀ ମାନେ । ଗ୍ରାମବାସୀ ଙ୍କ ଅଭିଯୋଗ ଅନୁସାରେ ଗ୍ରାମ ରେ ଥିବା ସ୍କୁଲଟି ଯଦି ବନ୍ଦ ହୋଇଯାଏ ତେବେ ଗ୍ରାମ ଠାରୁ ପ୍ରାୟ ୩କିମି କଚ୍ଚା ଖାଲଖମା ରାସ୍ତା ଏବଂ ପ୍ରାୟ ୨ କିମି ବିଜୁ ଏକ୍ସପ୍ରେସ୍ ରାସ୍ତା ଚାଲିଚାଲି ଅତିକ୍ରମ କରି ଅନ୍ୟ ସ୍କୁଲ କୁ ପାଠ ପଢିବାକୁ ଯିବାକୁ ପଡିବ କୁନିକୁନି ଛାତ୍ରଛାତ୍ରୀ ମାନଙ୍କୁ । ଯାହାକି ଛାତ୍ରଛାତ୍ରୀ ମାନଙ୍କୁ ବିପଦ ମୁହଁକୁ ଠେଲିଦେବାକୁ ହେଉଛି | ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା ପାଇଁ ସରକାର ତାଙ୍କର ଏହି ସ୍କୁଲ ମିଶ୍ରଣ ପ୍ରକ୍ରିୟାରେ ତୁରୀମୁଣ୍ଡା ଗ୍ରାମ ସ୍ଥିତ ସ୍କୁଲ ଟିକୁ ବନ୍ଦ ନ କରିବାକୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ ।

Leave a Reply

Your email address will not be published. Required fields are marked *

%d bloggers like this: