କରୋନା ମହାମାରୀ ଯୋଗୁଁ ୨୧ଟି ଦେଶରେ ୧୫ ଲକ୍ଷ ପିଲା ଅନାଥ : ଲାନସେଣ୍ଟ ପତ୍ରିକା

0
220

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୨୨/୦୭) : କରୋନା ମହାମାରୀ ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଇଛି । ବହୁୁ ଲୋକ ସେମାନଙ୍କ ପରିବାରକୁ ହରାଇଛନ୍ତି । କିଏ ବାପା, ମାକୁ ହରାଇଛି ତ ଆଉ କିଏ ଭେଣ୍ଡିଆ ପୁଅକୁ ହରାଇଛି । ଏପରି ସ୍ଥଳେ ଭାରତ ସମେତ ୨୧ଟି ଦେଶରେ ପ୍ରାୟ ୧୫ ଲକ୍ଷ ପିଲା ଅନାଥ ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି ।

ଲାନସେଣ୍ଟ ନାମକ ମେଡିକାଲ ଜର୍ଣ୍ଣାଲ ବା ପତ୍ରିକା ରିପୋର୍ଟ ମୁତାବକ କରୋନା ମହାମାରୀ ଯୋଗୁଁ ଭାରତ ସମେତ ୨୧ଟି ଦେଶରେ ପ୍ରାୟ ୧୫ ଲକ୍ଷ ପିଲା ଅନାଥ ହୋଇଛନ୍ତି । ମହାମାରୀର ପ୍ରଥମ ୧୪ ମାସରେ ୨୧ଟି ଦେଶରେ ୧୫ ଲକ୍ଷରୁ ଅଧିକ ପିଲା ନିଜ ବାପା, ମାଙ୍କୁ ହରାଇଛନ୍ତି । ଏଥିମଧ୍ୟରୁ ୧ ଲକ୍ଷ ୧୯ ହଜାର ପିଲା କେବଳ ଭାରତର ।

୨୧ଟି ଦେଶ ମଧ୍ୟରୁ ଦକ୍ଷିଣ ଆଫ୍ରିକା, ପେରୁ, ଆମେରିକା, ଭାରତ, ବ୍ରାଜିଲ ଏବଂ ମେକ୍ସିକୋର ପିଲାମାନେ ତାଙ୍କର ଯତ୍ନ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବାପା, ମା କିମ୍ୱା ଜେଜେ ବାପା ଓ ମାଙ୍କୁ ଅଧିକ ହରାଇଛନ୍ତି ।

ଭାରତରରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡ୍ରଗ୍ ଆବ୍ୟୁଜ ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ଦ୍ୱାରା କରାଯାଇଥିବା ଅଧ୍ୟୟନରେ କୁହାଯାଇଛି ଯେ କରୋନାରେ ଭାରତରେ ୨୫,୫୦୦ ପିଲା ନିଜ ମା’ଙ୍କୁ ହରାଇଥିବାବେଳେ ୯୦,୭୫୧ ଜଣ ନିଜ ବାପାଙ୍କୁ ହରାଇଛନ୍ତି । ଏଥିମଧ୍ୟରୁ ୧୨ ହଜାର ପିଲାଙ୍କ ସଂଖ୍ୟା ଏପରି, ଯେଉଁମାନେ ଉଭୟ ବାପା,ମାଆଙ୍କୁ ହରାଇଥିଲେ । ଏହି ସଂଖ୍ୟା ସର୍ଭେରେ ସାମିଲ ହୋଇଥିବା ବ୍ୟକ୍ତିଙ୍କୁ ମଧ୍ୟରୁ ଜଣାପଡ଼ିଛି ।

ଏଥିସହିତ ୧,୧୩୪,୦୦୦ ପିଲା ସେମାନଙ୍କ ବାପା, ମା ସହିଚ ଜେଜେ ବାପା ଓ ମାଙ୍କୁ ହରାଇଛନ୍ତି । ସେଥିମଧ୍ୟରୁ ୧୦,୪୨ ହଜାର ପିଲା ନିଜ ମା, ବାପା କିମ୍ବା ଉଭୟଙ୍କୁ ହରାଇଛନ୍ତି । ୧,୫୬୨,୦୦୦ ପିଲା ଅନ୍ତତଃ ପକ୍ଷେ ଜଣେ ବାପା କିମ୍ୱା ମା କିମ୍ବା ଜେଜେ ବାପା ନହେଲେ ବୟସ୍କ ସମ୍ପର୍କୀୟଙ୍କୁ ହରାଇଛନ୍ତି ବୋଲି ଏନ.ଆଇ.ଏଚ. ପ୍ରକାଶ କରିଛି ।

ରିପୋର୍ଟ ଅନୁଯାୟୀ ୨,୮୯୮ ଭାରତୀୟ ଶିଶୁ ସେମାନଙ୍କର ଜଣେ ଜେଜେ ବାପାଙ୍କୁ ହରାଇଥିବାବେଳେ ନଅ ଜଣ ଉଭୟ ଜେଜେ ବାପା ଓ ମାଙ୍କୁ ହରାଇଥିଲେ । ଭାରତରେ ହଜାରେ ପିଲାଙ୍କ ମଧ୍ୟରେ ବାପା, ମା ଏବଂ ଅଭିଭାବକ ମୃତ୍ୟୁହାର ୦.୫ ରହିଛି, ଆମେରିକା ୧.୮, ରଷିଆ ୨.୦, କଲମ୍ବିଆ ୩.୪, ବ୍ରାଜିଲ ୩.୫, ମେକ୍ସିକୋ ୫.୧, ଦକ୍ଷିଣ ଆଫ୍ରିକା ୬.୪, ପେରୁ ୧୪.୧ ରହିଛି ।