କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ନୂତନ ଭେଣ୍ଡିଂ ଜୋନ୍ ପ୍ରତିଷ୍ଠା ପାଇଁ ବୈଠକ

0
387

ରିପୋର୍ଟ : ରବିଶଙ୍କର ମହାପାତ୍ର //
କୋରାପୁଟ,(୨୧/୭) : କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ସଭାଗୃହରେ ନିର୍ବାହୀ ଅଧିକାରୀ୍ ଶ୍ରୀ ଉମାଶଙ୍କର ସେଠୀ ଙ୍କ ଅଧ୍ୟକ୍ଷତାରେ ଆଜି ଦିନ ୧୧ଟା ସମୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।6555445e 8d5a 4eaa a4c9 c71e3a4578b1 କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ନୂତନ ଭେଣ୍ଡିଂ ଜୋନ୍ ପ୍ରତିଷ୍ଠା ପାଇଁ ବୈଠକ

କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ସହରର ଜନ ଗହଳି ପୂର୍ଣ୍ଣ ଅଞ୍ଚଳରେ ଚଳପ୍ରଚଳ କରୁଥିବା ଖୁଚୁରା ବ୍ୟବସାୟୀଙ୍କ ପାଇଁ ଦଶହରା ପଡିଆ ଠାରେ ଏକ ଭେଣ୍ଡିଂ ଜୋନ୍ ପ୍ରତିଷ୍ଠା ପାଇଁ ସହରର ବୁଦ୍ଧିଜୀବିଙ୍କ ସୁଚିନ୍ତିତ ମତାମତ ତଥା ସହଯୋଗ କାମନା କରାଯାଇଥିଲା । କୋଟପାଡ଼ର ଦଶହରା ପଡିଆଟି ଦେବୋତ୍ତର କମିଟିର ଅଧୀନରେ ଥିବାରୁ ସ୍ଥାନୀୟ ତହସିଲଦାରଙ୍କୁ ଅବଗତ କରାଯିବା ପରେ ଆସନ୍ତା ୧୦ ଦିନ ପରେ ପୁଣି ଥରେ ବୈଠକ ହେବ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଥିଲେ ।

ଅନ୍ୟପକ୍ଷରେ ବାସୁଗୁଡା ଠାରେ ୬୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ” ଆମ ବଜାର “ଶୀଘ୍ର କାର୍ଯ୍ୟକାରୀ କରିବା ସହ ରାସ୍ତା କଡରୁ ମାଛ ଓ ମାଂସ ଦୋକାନ ଉଚ୍ଛେଦ କରିବା ପାଇଁ ବୈଠକରେ ପ୍ରସ୍ତାବ ଆଗତ କରାଯାଇଥିଲା । ଏନ୍.ଏ.ସି. କାର୍ଯ୍ୟାଳୟ ତଥା ମେଡିକାଲ ଯିବା ରାସ୍ତାରୁ ମାଂସ ଦୋକାନ ଉଚ୍ଛେଦ କରିବା ପାଇଁ ଶ୍ରୀ ଚନ୍ଦ୍ରଶେଖର ଦାଶ ତଥା ଶ୍ରୀ ପ୍ରଦୀପ ରଥ ପ୍ରସ୍ତାବ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ପ୍ରତିନିଧି ସୁଧୀର ମହାନ୍ତି,ପାଠାଗାର ସଭାପତି ଶ୍ରୀ ଗଣେଶ ଚନ୍ଦ୍ର ପଣ୍ଡା,ଓକିଲ ସଂଘ ସଭାପତି ଶ୍ରୀ ମଣିପ୍ରସାଦ ପଟ୍ଟନାୟକ,ଜିଲ୍ଲା ଭାଜପା ସମ୍ପାଦକ ଶ୍ରୀ ରାମେଶ୍ଵର ଜେନା, କଂଗ୍ରେସ ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି,ମିଡିଆ ସେଲ ସଭାପତି ଶ୍ରୀ ହରିଶ କୁମାର ପଟ୍ଟନାୟକ, ପ୍ରେସ୍ କ୍ଲବ୍ ସଭାପତି ଶ୍ରୀ ପଙ୍କଜ ପାତ୍ର, କିଶୋର ମିଶ୍ର, ରଞ୍ଜନ ମହୁରିଆଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ତଥା ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ।