ଅଜଣା ଗାଡି ଧକ୍କା ରେ ଅଟୋ ଡ୍ରାଇଭର ମୃତ : ଟ୍ରକ ଧକ୍କାରେ ଦୁଇ ଯୁବକଙ୍କ ଗାଡିକୁ ଦେଲା ଧକ୍କା

0
238

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,ତା(୨୧/୦୭) : ଅଜଣା ଗାଡ଼ି ଧକ୍କା ରେ ଜଣେ ଅଟୋ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗିର-ଟିଟିଲାଗଡ଼ ରାଜରାସ୍ତାର ବିଜାଖମନ ନିକଟରେ ଏଭଳି ଏକ ଘଟଣା ଘଟିଛି ।

ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଅଟୋ ଡ୍ରାଇଭରଙ୍କୁ ଅଜଣା ଗାଡି ଧକ୍କା ପରେ ଦେଉଗାଁ ବ୍ରିଜ ନିକଟରେ ଦୁଇ ଜଣ ଯୁବକ ବାଇକ ପୋଲ ଉପରେ ରଖି କଡରେ ଥିବା ବେଳେ ବାଇକକୁ ଉକ୍ତ ଏକ ଟ୍ରକ ଧକ୍କା ଦେଇ ଦ୍ରୁତ ଗତିରେ ଫେରାର ହୋଇଯାଇଥିଲା ।

ଉକ୍ତ ଟ୍ରକ ହିଁ ଅଟୋଚାଳକଙ୍କୁ ଧକ୍କା ଦେଇଥିବା ସନ୍ଦେହ କରାଯାଉଛି । ଗତକାଲି ମଙ୍ଗଳବାର ବିଳମ୍ୱିତ ରାତିରେ ରକ୍ତାକ୍ତ ଅବସ୍ଥାରେ ରାଜରାସ୍ତା ଉପରେ ପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ ୧୦୮ ଆମ୍ବୁଲାନ୍ସ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ପହଞ୍ଚେଇ ଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ସଦର ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି ।

ପ୍ରାଥମିକ ତଦନ୍ତରୁ ପୁଲିସକୁ ମିଳିଥିବା ସୂଚନାନୁଯାୟୀ, ମୃତ ବ୍ୟକ୍ତି ଜଣକ ବଲାଙ୍ଗିର ସହରର ଜଣେ ଆଟୋ ଡ୍ରାଇଭର । ଗତକାଲି ରାତିରେ ଅଟୋର ଇନ୍ଧନ ସରିଯାଇଥିବାରୁ ରାସ୍ତାକଡ଼ରେ ସାହାଯ୍ୟ ପାଇଁ ଠିଆ ହୋଇଥିଲେ । ଏହି ସମୟରେ ଏକ ଅଜଣା ଗାଡି ଦ୍ରୁତ ଗତିରେ ଆସି ଅଟୋ ଡ୍ରାଇଭରଙ୍କୁ ଧକ୍କା ଦେଇ ଚାଲିଯାଇଥିବା ଅନୁମାନ କରାଯାଉଛି । କେଉଁ ଗାଡ଼ି ଧକ୍କା ଦେଲା ସେ ନେଇ ପୁଲିସ ତଦନ୍ତ କରୁଛି ।