ରିପୋର୍ଟ: ରବିଶଙ୍କର ମହାପାତ୍ର //
କୋରାପୁଟ (୩୦/୧୧): ବୋରିଗୁମ୍ମା ଟାଉନ୍ ହଲ୍ ଠାରେ ଗତ କାଲି ଭାରତୀୟ ଜନତା ପାର୍ଟିର ବୋରିଗୁମ୍ମା ମଣ୍ଡଳ ସଭାପତି ଶ୍ରୀ ରାଜ୍ ସିଂଙ୍କ ଦ୍ବାରା ବୋରିଗୁମ୍ମା ମଣ୍ଡଳ କମିଟିର ନୂତନ କାର୍ଯ୍ୟକର୍ତ୍ତା ମାନଙ୍କ ନାମ ଘୋଷଣା କରାଯାଇଛି ।
ଶ୍ରୀ ରାଜ ସିଂ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଜୟପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶ୍ରୀ ଗୌତମ ସାମନ୍ତରାୟ,ଜିଲ୍ଲା ଉପ ସଭାପତି ରାମଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ ତଥା ବୋରିଗୁମ୍ମା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଜେ.ଶ୍ରୀନିବାସ ରାଓ,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବୈଦ୍ୟନାଥ ମିଶ୍ର, ଧନପତି ନାୟକ,ବୋରିଗୁମ୍ମା ମଣ୍ଡଳ ସାଧାରଣ ସମ୍ପାଦକ ବିଘ୍ନେଶ୍ବର ଷଡଙ୍ଗୀ ଓ ତୁଳସୀରାମ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯେଉଁ ନୂତନ କାର୍ଯ୍ୟକର୍ତ୍ତା ମାନଙ୍କ ନାମ ଘୋଷଣା କରାଯାଇଥିଲା, ସେମାନେ ହେଲେ ଉପ ସଭାପତି ଶ୍ରୀ ପ୍ରହଲ୍ଲାଦ ସାହୁ, ଭାସ୍କର ଷଡଙ୍ଗୀ, ନରହରି ପେଣ୍ଠିଆ, ନାରାୟଣ ଜାନୀ, ସାବିତ୍ରୀ ରାଉତ ଓ ପ୍ରଭା ପାଢୀ, ସାଧାରଣ ସମ୍ପାଦକ ଭାବେ ବିଘ୍ନେଶ୍ବର ଷଡଙ୍ଗୀ ଓ ତୁଳସୀରାମ ପାଣିଗ୍ରାହୀ, ସମ୍ପାଦକ ଭାବେ ଅଜିତ ପଟ୍ଟନାୟକ,ପବିତ୍ର ମାଳୀ, ରାଜେଶ ପଣ୍ଡା,ସବ୍ୟସାଚୀ ଗୌଡ, ଅଳକାମଞ୍ଜରୀ ମିଶ୍ର, ବନ୍ଦନା ବିଶ୍ବାଳ, ତଥା କୋଷାଧ୍ୟକ୍ଷ ଭାବେ ବୃନ୍ଦାବନ ଦାସ ଙ୍କ ନାମ ଘୋଷଣା କରାଯାଇଥିଲା ।ମହିଳା ମୋର୍ଚ୍ଚା ସଭାପତି ଭାବେ ସୁଶ୍ରୀ ସବିତା ରଥଙ୍କ ନାମ ଘୋଷଣା କରାଯାଇଥିଲା ବେଳେ ଯୁବ ମୋର୍ଚ୍ଚାର ସଭାପତି ଭାବେ ଅରବିନ୍ଦ ପଟ୍ଟନାୟକ ଓ କୃଷକ ମୋର୍ଚ୍ଚା ସଭାପତି ଭାବେ ବଂଶୀଧର ଗାଦବା,ଏସ୍.ସି.ମୋର୍ଚ୍ଚା ସଭାପତି ଜଗନ୍ନାଥ ହରିଜନ, ଏସ୍. ଟି. ମୋର୍ଚ୍ଚାର ସଭାପତି ଭାବେ ଦାସ ଭତ୍ରା, ଓବିସି ମୋର୍ଚ୍ଚା ସଭାପତି ବସନ୍ତ ମେହେର, ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଭାବେ ଅବଦୁଲ ହମିଦ ମହମ୍ମଦଙ୍କ ନାମ ଘୋଷଣା କରାଯାଇଥିଲା ।ନୂତନ କାର୍ଯ୍ୟକର୍ତ୍ତା ମାନଙ୍କୁ ଶ୍ରୀ ଗୌତମ ସାମନ୍ତରାୟ ଅଭିନନ୍ଦନ ଜଣାଇଥିଲେ ।

