ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର, ତା୨୮-୧୧):ବଲାଙ୍ଗୀର ଜିଲ୍ଲାର ମୁରିବାହଲ ରେଞ୍ଜ ଅଞ୍ଚଳରେ ବ୍ୟାପକ ବେଆଇନ ଗଛକଟା ପ୍ରଶାସନ ର ଜ୍ଞାତସରରେ ଚାଲିଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଏହି ରେଞ୍ଜ ଅଞ୍ଚଳରେ ସରକାର ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଉକ୍ତ ବୃକ୍ଷ ର ରକ୍ଷଣାବେକ୍ଷଣ ବଦଳରେ ବ୍ୟାପକ ଗଛକଟା ଜାରି ରହିଛି।
ଏ ଅଞ୍ଚଳରେ ପୂର୍ବରୁ ଥିବା ବିଭିନ୍ନ ପ୍ରକାର ବୃକ୍ଷ ଓ ନୂତନ ଭାବେ ରୋପଣ କରାଯାଇଥିବା ବୃକ୍ଷ କାଟ ଯୋଗୁଁ ଜଙ୍ଗଲ ପଦା ରେ ପରିଣତ ହୋଇଯିବା ଦେଖାଯାଉଛି। ଏହି ରେଞ୍ଜ ଅଞ୍ଚଳରେ ସିରୁଲ ଗ୍ରାମ ପଂଚୟତ ଅଞ୍ଚଳରେ ଓ ସିରୁଲ ସ୍ଥିତ ତପୋବନ ଏକାଡେମୀ ଅଞ୍ଚଳରେ ରୋପଣ ବୃକ୍ଷ ଖୋଲା, ଖୋଲି ଭାବେ ଦିନ ରାତି କଟା ଚାଲିଥିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ରେଞ୍ଜ ଅଧିକାରୀ ଚୋରା କାଠ ବ୍ୟବସାୟୀ ଙ୍କ ସହ ସଲା,ସୁତୁରା ନୀତି ଅବଲମ୍ବନ କରି ବେଶ ଲାଭବାନ ହେଉଥିବା ଅଭିଯୋଗ ହୋଇଆସୁଛି । ସେହିପରି ଏ ରେଂଞ୍ଜର ଅନେକ ଅଞ୍ଚଳରେ ଏହି ଚୋରା କାଠ ବ୍ୟବସାୟୀ ମାନେ ଏହି ଗଛକଟା ବନ୍ଦ କରିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ଦିଗରେ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ପ୍ରକାଶ ପାଇଛି।

