ରିପୋର୍ଟ: ରାକେଶ ମହାରଣା //
ପୋଲସରା:୨୬ /୧୧): ସର୍ବ ଭାରତୀୟ ଟ୍ରେଡ ୟୂନିୟନ ଏବଂ କୃଷକ ସଭା ତରଫରୁ ଆଜି ଭାରତ ବନ୍ଦ ପାଳନ କରାଯାଇଛି। ଦେଶର ୧୦ଗୋଟି ଟ୍ରେଡ଼ ୟୁନିଅନ ଏବଂ ୩୦ ଗୋଟି ଛାମୁଆ ସଂଗଠନ ଏହି ବନ୍ଦ ପାଳନରେ ସାମିଲ ହୋଇଛନ୍ତି।ଏହି ବନ୍ଦ ର ପ୍ରଭାବ ପଡିଥିବା ଦେଖିବାକୁ ମିଳିଥିବା ବେଳେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକରେ ବି ଏହାର ପ୍ରଭାବ ପଡିଛି ।
କେନ୍ଦ୍ର ସରକାରଙ୍କ ନେତୃତ୍ବ ବିରୁଦ୍ଧରେ ବିଭିନ୍ନ ରାଜ୍ୟ ସରକାର ମାନଙ୍କ ଦ୍ୱାରା ଶ୍ରମିକ ,କୃଷକ ,ସର୍ବୋପରି ସାଧାରଣ ମଣିଷ ମାନଙ୍କ ଉପରେ ହେଉଥିବା ପ୍ରଚଣ୍ଡ ଆକ୍ରମଣ ଓ ସାମ୍ବିଧାନିକ,ଗଣତାନ୍ତ୍ରିକ ଅଧିକାର ଗୁଡିକୁ ଛଡେଇ ନେବା ପାଇଁ ହେଉଥିବା ପ୍ରଚେଷ୍ଟାକୁ ରୋକିବା ପାଇଁ ଏହା ପାଳନ କରାଯାଇଥିଲା ।ଗୁରବାର ସକାଳ ୬ ଘଣ୍ଟ ଠାରୁ ୨୪ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା ।ଏହି ରାଲି ପୋଲସରା ବ୍ଲକ ରୁ ବାହାରି ପୋଲସରା ଏନଏସି,ତହସିଲ ଅଫିସ ଓ ରାଣୀପଡ଼ା ନଦୀ ପର୍ଯ୍ୟନ୍ତ ଯାଇଥିଲା ।ଏଥିରେ ଭାରତୀୟ କାମୁନିଷ୍ଟ୍ୟ ପାର୍ଟି ର ମୁଖ୍ୟ, ଆଂଚଳିକ ସମ୍ପାଦକ,ନିର୍ମାଣ ଶ୍ରମିକ ଓ ଜିଲ୍ଲା ସଭାପତି ଦାୟିତ୍ୱ ତୁଲାଉ ଥିବା ଦଣ୍ଡପାଣି ସାମଲ ଯୋଗଦେଇ କେନ୍ଦ୍ର ସରକାରଙ୍କ ଜନ ମାରଣ ନୀତି ,କୃଷକ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ସି.ପି.ଆଇ ଜିଲ୍ଲାସମ୍ପାଦକ ମଣ୍ଡଳୀ ସଭ୍ୟ ପ୍ରଦୀପ ସେଠୀ,ଗଞ୍ଜାମ ଜିଲ୍ଲା କ୍ଷେତ ମଯଦୁର ନେତା ହରିହର ପାତ୍ରଙ୍କ ସମେତ ଲକ୍ଷ୍ମୀପାତ୍ର,ବିଜୟ ସାମନ୍ତରା,କାଳିଆ ସ୍ଵାଇଁ,ତ୍ରିନ୍ନାଥ ସାମଲ,ଗଣପତି ସାହୁ ,ଚନ୍ଦ୍ର ପାଇକ ରାୟ, ଜୋଛନା ମହାରଣା,ସୀମା ପାତ୍ର ଏହି ଧର୍ମ ଘଟରେ ଅଂଶ ଗ୍ରହଣ କରିଥିଲେ ।

