ଜୁଲାଇ ୨୧ ରୁ ରାଜଧାନୀରେ ଗର୍ଭବତୀ ଙ୍କୁ ଦିଆଯିବ କୋଭାକ୍ସିନ୍ ଟିକା : ବି.ଏମ.ସି.

0
298

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୯/୦୭) : କରୋନା ସଂକ୍ରମଣ ରୋକିବାକୁ ଟିକାକରଣ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତିି । ଜୁଲାଇ ୨୧ ରୁ ପ୍ରାଥମିତକା ଭିତ୍ତିରେ ଟିକାକରଣ କରାଯାଉଥିବା ବେଳେ ଗର୍ଭବତୀ ମହିଳାଙ୍କୁ ଟିକା ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଏହି କ୍ରମରେ ରାଜଧାନୀରେ ଜୁଲାଇ ୨୧ ରୁ ଗର୍ଭବତୀ ମହିଳାଙ୍କ ପାଇଁ ଟିକାକରଣ ଆରମ୍ଭ କରାଯିବ । ସପ୍ତାହକୁ ଦୁଇ ଦିନ ଟକା ଦେବାକୁ ଧାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କୁ କୋଭାକ୍ସିନ୍ ଟିକା ଦିଆଯିବ ବୋଲି ବି.ଏମ.ସି. ପକ୍ଷରୁ ସୂଚନା ଦିଆଯାଇଛି ।

କ୍ୟାପିଟାଲ୍ ହସ୍ପିଟାଲ୍ ସମେତ ଭୁବନେଶ୍ୱରରେ ଥିବା ସମସ୍ତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ୟୁ.ପି.ଏଚ.ସି.) ଏବଂ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର(ୟୁ.ସି.ଏଚ.ସି.)ରେ ଗର୍ଭବତୀମାନଙ୍କୁ ଟିକା ଦିଆଯିବ । ପ୍ରତି ବୁଧବାର ଓ ଶନିବାର ଦିନ ୧୧ଟାରୁ ୧ଟା ମଧ୍ୟରେ ସେମାନଙ୍କୁ ଟିକା ଦିଆଯିବ । ସେଠାରେ ଗର୍ଭବତୀମାନେ ଆବଶ୍ୟକ ପ୍ରମାଣପତ୍ର ଦେଖାଇ ଟିକା ନେଇ ପାରିବେ ବୋଲି ବି.ଏମ.ସି. ପକ୍ଷରୁ କୁହାଯାଇଛି ।

ରାଜ୍ୟରେ ଏବେ ଦୈନିକ କରୋନା ସଂକ୍ରମଣ ୨ ହଜାର ଉପରେ ରହିଛି । ଲଗାତାର ୫ ଦିନ ହେଲେ ସଂକ୍ରମଣ ସଂଖ୍ୟା ୨ ହଜାର ଉପରେ ରହୁଥିବା ବେଳେ ସେଥି ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାର ସଂଖ୍ୟା ସର୍ବାଧିକ ରହୁଛି । ଖୋର୍ଦ୍ଧା ଜିଲ୍ଲାରୁ ପ୍ରତିଦିନ ୫୦୦ ପାଖାପାଖି ସଂକ୍ରମିତ ବାହାରୁଛନ୍ତି ।

ଏହାକୁ ଦୃଷ୍ଟିରେ ସରକାର ରାଜଧାନୀରେ ଟିକାରକରଣ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଗର୍ଭବତୀଙ୍କୁ ଟିକାକରଣ ଆବଶ୍ୟକ ଥିବାରୁୁ ପ୍ରାଥମିକତା ଦୃଷ୍ଟିରେ ସେମାନଙ୍କୁ ଟିକା ଦେବାକୁୂ ନିଷ୍ପତ୍ତି ନିଆଯାଇଛି ।