Tuesday, March 19, 2024

Top 5 This Week

Related Posts

ବର୍ଦ୍ଧିତ ସଡ଼କ ଦୁର୍ଘଟଣା ରୋକିବା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା ୧୪/୦୭): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଅଭିନବ ଉପାୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କନ୍ଧମାଳ ଜିଲ୍ଲା ରେ ବର୍ଦ୍ଧିତ ସଡ଼କ ଦୁର୍ଘଟଣା କୁ ବାଲିଗୁଡା ଉପଖଣ୍ଡ ପୋଲିସ ପକ୍ଷରୁ ସଚେତନତା ପ୍ରୟାସ ହୋଇଛି |

ବର୍ଦ୍ଧିତ ସଡ଼କ ଦୁର୍ଘଟଣା: ପ୍ରଥମେ ହାତରେ ସଚେତନତା ପ୍ଲା କାର୍ଡ ଧରି ଥାନା ଠାରୁ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ସଚେତନତା ରାଲି କରିଥିଲେ ପୋଲିସ୍ କର୍ମଚାରୀ । ଏହାପରେ ବସ୍ ଷ୍ଟାଣ୍ଡ ଦେଇ ଯାତାୟତ କରୁଥିବା ଲୋକମାନଙ୍କୁ ସଡ଼କ ସୁରକ୍ଷା ବିଷୟରେ ସଚେତନ କରାଇଥିଲେ ବାଲିଗୁଡ଼ା ଏସଡିପିଓ ମନୋଜ ପୂଜାରୀ । ଏଥିସହିତ ହେଲମେଟ ନପିନ୍ଧି ମୋଟରସାଇକେଲ ଚଳାଉଥିବା ଚାଳକଙ୍କୁ ପୋଲିସ୍ ପକ୍ଷରୁ ହେଲମେଟ ପ୍ରଦାନ କରାଯିବାସହ ଯେଉଁ ମାନେ ହେଲମେଟ ପିନ୍ଧି ଯାତ୍ରା କରୁଥିଲେ ସେମାନଙ୍କୁ ଚକଲେଟ୍ ଦେଇ ସ୍ବାଗତ କରାଯାଇଥିଲା ବାଲିଗୁଡ଼ା ପୋଲିସ୍ ପକ୍ଷରୁ ।

ବାଲିଗୁଡ଼ା ଉପଖଣ୍ଡର ବିଭିନ୍ନ ଥାନା ଅଞ୍ଚଳରେ ଆଗାମୀ ଚାରିଦିନ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି କହିଛନ୍ତି ବାଲିଗୁଡ଼ା ଏସଡିପିଓ । ଏହି କାର୍ଯ୍ୟକ୍ରମ ରେ ଏମ୍ ଭିଆଇ, ଫୁଲବାଣୀ, ଗତିକୃଷ୍ଣ ସାମନ୍ତରାୟ, ଡିଏସପି ସ୍ୱରାଜ ଦେବତା, ଥାନା ଅଧିକାରୀ ବାବା ଶଙ୍କର ସରାଫ, ସମେତ ଥାନା କର୍ମଚାରୀ ଭାଗ ନେଇଥିଲେ |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles