Friday, March 29, 2024

Top 5 This Week

Related Posts

ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ରୋଗୀ ଓ ସମ୍ପର୍କୀୟ ଦୁର୍ଦ୍ଦଶା ଶିକାର ନେଇ ଅସନ୍ତୋଷ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୧୮/୦୯) : ବଲାଙ୍ଗୀର ଜିଲ୍ଲା ର ସନ୍ଥ କବି ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନା ରେ ଭର୍ତ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ ଅକଥନୀୟ ଦୁର୍ଦ୍ଦଶା ର ଶିକାର ହେଉଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ।

ସରକାର ଙ୍କ ସର୍ବନିମ୍ନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ କୋଟି କୋଟି ଟଙ୍କାର ବ୍ୟୟ ବରାଦ କରାଯାଉଥିବା ସତ୍ତ୍ୱେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିବା ରୋଗୀ ଏହି ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନା କୁ ଆସି ସ୍ୱାସ୍ଥ୍ୟ ସେବା ତ ଦୂରର କଥା ଦୟନୀୟ ଅବସ୍ଥାରେ ନିଜ ଭାଗ୍ୟ କୁ ଆଦରି ପଡିରହିଥିବା ଦେଖାଯାଉଛି ।

ଏହି ମେଡିକାଲ କଲେଜ ଡାକ୍ତରଖାନା ବଲାଙ୍ଗୀର ଜିଲ୍ଲାରେ ଖୋଲି କାର୍ଯ୍ୟକାରୀ ହେବା ରୁ ସବୁ ବର୍ଗର ଲୋକ ମାନଙ୍କ ମଧ୍ୟରେ ଚିକିତ୍ସା ସେବା ପାଇପାରିବା ନେଇ ବେଶ ଉତ୍ସାହ ସୃଷ୍ଟି ହୋଇଥିଲା । ହେଲେ ଦୂର ଦୁରାନ୍ତ ରୁ ଅନେକ ସଂଖ୍ୟକ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସୁଥିବା ରୋଗୀ ଙ୍କ ପାଇଁ ରୋଗୀ ଙ୍କ ସଂଖ୍ୟା ଅନୁଯାୟୀ ବେଡ଼ ବ୍ୟବସ୍ଥା ନାହିଁ । ଏଣୁ ରୋଗୀ ଓ ତାଙ୍କ ଆତ୍ମୀୟ ଦୟନୀୟ ଅବସ୍ଥାରେ ତଥା କୋଭିଡ ସମୟରେ ପ୍ରବଳ ହଟ୍ଟଗୋଳ ର ଶିକାର ହେବା ଅଭିଯୋଗ ହୋଇଆସୁଥିବା ସତ୍ତ୍ୱେ କୌଣସି ପ୍ରକାର ବ୍ୟବସ୍ଥା ଗ୍ରହଣ ନ କରିବା ଜିଲ୍ଲା ଜନସେବା ସଙ୍ଘ ଗୁରୁତର ଅଭିଯୋଗ କରିଛି ।

ରୋଗୀ ଙ୍କ ସଂଖ୍ୟ ତୁଳନାରେ ବେଡ଼ ନ ରହିବା ଯୋଗୁଁ ତଳେ ବା ଚଟାଣ ରେ ଦିନ ଦିନ ଧରି ପଡିରହି ଚିକିତ୍ସିତ ହେଉଛନ୍ତି । ଅନେକ କୋଠା ଘର ନିର୍ମାଣ ହୋଇ ପର୍ଯ୍ୟାପ୍ତ ସ୍ଥାନ ଥାଇ ସୁଦ୍ଧା ତାହା କାର୍ଯ୍ୟକାରୀ ନ କରିବା ଅଭିଯୋଗ ହୋଇଛି । ଏ ନେଇ ଜିଲ୍ଲା ଜନସେବା ସଙ୍ଘ ତୁରନ୍ତ ଉପଯୁକ୍ତ ପଦକ୍ଷେପ ନେବା ଓ କୋଭିଡ ନିୟମ କିଭଳି ପାଳନ ହୋଇପାରିବ ସେ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବିକରିଛି ।

Popular Articles