ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ମାଗଣା କର୍କଟ ରୋଗ ପରାମର୍ଶ ଶିବିର ଅନୁଷ୍ଠିତ

0
198

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର,(୨୩/୮) : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୁବର୍ଣ୍ଣପୁର ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ସ୍ତରୀୟ ମାଗଣା କର୍କଟ ରୋଗ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ମୁମ୍ବାଇର ପ୍ରଖ୍ୟାତ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଦିନେଶ୍ ପେଣ୍ଡାରକର ନିଶୁଳ୍କ ଭାବରେ ଏହି ଶିବିରରେ ରୋଗୀମାନଙ୍କୁ ନିଜର ମୂଲ୍ୟବାନ ପରାମର୍ଶ ଦେଇଛନ୍ତି lଜିଲ୍ଲା ସ୍ୱାସ୍ଥ୍ୟ ସମିତି

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏଥିପାଇଁ ପୂର୍ବରୁ ଜିଲ୍ଲାର ବିଭିନ୍ନ ଅଂଚଳରେ ଆବଶ୍ୟକ ପ୍ରଚାର ପ୍ରସାର କରାଯାଇଥିଲା l ଅଦ୍ୟ ଏହି ଶିବିରରେ ଯୋଗ ଦେଇଥିବା ସମସ୍ତ ୨୪ଜଣ ରୋଗୀଙ୍କ ସହିତ ଡଃ ପେଣ୍ଡାରକର ଅତି ଅମାୟିକ ଭାବରେ ମିଶିବା ସହ ଧୌର୍ଯ୍ୟ ର ସହିତ ସେମାନଙ୍କର ସୁବିଧା ଅସୁବିଧା ବୁଝି ସେମାନଙ୍କ ମନରେ ଏହି ଭୟଙ୍କର ରୋଗରୁ ରକ୍ଷା ପାଇବା ପାଇଁ ନୂତନ ଆଶା ସଂଚାର କରାଇପାରିଛନ୍ତି l

ଏହି ଶିବିରରେ CDM&PHO ଡଃ ଦିଲ୍ଲୀପ କୁମାର ପଣ୍ଡା, DMOMS ଡଃ ପ୍ରଦିପ କୁମାର ଗୁରୁ, DPHO ଡଃ ରମେଶ ଚନ୍ଦ୍ର ସ୍ଵାଇଁ, DLO ଡଃ ତ୍ରିବିକ୍ରମ ପାଣ୍ଡିଆ,DTBO ଡଃ ପଦ୍ମହଂସା ଡୋରା, MO ଡଃ ପାର୍ଥପ୍ରତିମ ପଣ୍ଡା, ପ୍ରମୁଖ ଯୋଗଦେଇଥିଲେ l ଜିଲ୍ଲା କେନସର ନୋଡାଲ୍ ଅଫିସର ଡଃ ନରେନ୍ଦ୍ର ମେହେର୍ ଡଃ ପେଣ୍ଡାରକର ଙ୍କ ଠାରୁ ଆବଶ୍ୟକ ଉପଦେଶ ଗ୍ରହଣ କରି ଏଠାକାର ରୋଗୀମାନଙ୍କୁ ପରବର୍ତ୍ତୀ ସେବା ଯୋଗାଇଦେବେ l

ଏହି କାର୍ଯ୍ୟକ୍ରମ ପରିଚାଳନାରେ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ଷ୍ଟାଫ୍ ନର୍ସ ଏଲି ଭଞ୍ଜ, ସ୍ୱାସ୍ଥ୍ୟବିଭାଗ କର୍ମଚାରୀ ନାରାୟଣ ରଥ, ସମିର କୁମାର ନାୟକ ସହଯୋଗ କରିଥିଲେ l ଏହି ଅବସରରେ ଡଃ ପେଣ୍ଡାରକର ଗଣ ମାଧ୍ୟମର ପ୍ରତିନିଧି ମାନଙ୍କୁ ସାକ୍ଷାତକାର ଦେଇ କର୍କଟରୋଗ ନିରାକରଣ ଦିଗରେ ଓଡିଶା ସରକାରଙ୍କ ପଦକ୍ଷେପ କୁ ଭୂୟସୀ ପ୍ରଶଂସା କରିଥିଲେ |

ସେ ସୂଚନା ଦେଇଥିଲେ ଯେ ଓଡିଶା ସରକାର ଅତିଶୀଘ୍ର ସମସ୍ତ ଜିଲ୍ଲାରେ କର୍କଟରୋଗ ନିରୂପଣ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ଯୋଗାଇ ଦେବେ l ଏହା ଦ୍ଵାରା ରୋଗୀ ମାନଙ୍କୁ ଆଉ ଖର୍ଚ୍ଚାନ୍ତ ହୋଇ ଦୂର ଦୂରାନ୍ତ ସହର ମାନଙ୍କୁ ଆବଶ୍ୟକ ଚିକିତ୍ସା କିମ୍ବା ପରାମର୍ଶ ପାଇଁ ଯିବାକୁ ପଡିବ ନାହିଁ l ଏହି ଶିବିରରେ ଯୋଗଦାନ କରିଥିବା ସମସ୍ତ ରୋଗୀ ତଥା ସୁବର୍ଣପୁର ଜନସାଧାରଣ ସରକାରଙ୍କ ଏହି ମହତ୍ କାର୍ଯ୍ୟକୁ ସ୍ୱାଗତ କରିବା ସହିତ ଜିଲ୍ଲା ପ୍ରଶାସନର ପ୍ରୟାସ କୁ ଧନ୍ୟବାଦ ଜଣାଇଛନ୍ତି l