Friday, March 29, 2024

Top 5 This Week

Related Posts

ଜନସାଧାରଣ ଙ୍କ ଅଭିଯୋଗ ଶୁଣାଣି ନିମନ୍ତେ ବିଭିନ୍ନ ବିଭାଗକୁ ଟୁଇଟର ଆକାଉଣ୍ଟ ଖୋଲିବା ପାଇଁ ନିବେଦନ

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୨୩/୦୮) : କୋରୋନା ମହାମାରୀ ସମୟରେ ଢେଙ୍କାନାଳ ଜିଲ୍ଲାର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାଟି ଗ୍ରାମବହୁଳ ହୋଇଥିବାରୁ ଗ୍ରାମାଞ୍ଚଳରେ ରହୁଥିବା ଜନସାଧାରଣ ସେମାନଙ୍କ ସମସ୍ୟା ସମ୍ପର୍କରେ କୋରନା କଟକଣା ଯୋଗୁଁ ପ୍ରଶାସନିକ ସ୍ତରରେ ପହଞ୍ଚି ପାରୁନଥିବାରୁ ବିଭିନ୍ନ ସୋସିଆଲ ମେଡିଆରେ ତାହାର ସମାଧାନ ନିମନ୍ତେ ଆମେ ପ୍ରୟାସ ଜାରି ରଖିଛୁ ।WhatsApp Image 2021 08 24 at 9.04.30 AM ଜନସାଧାରଣ ଙ୍କ ଅଭିଯୋଗ ଶୁଣାଣି ନିମନ୍ତେ ବିଭିନ୍ନ ବିଭାଗକୁ ଟୁଇଟର ଆକାଉଣ୍ଟ ଖୋଲିବା ପାଇଁ ନିବେଦନ

ଗ୍ରାମାଞ୍ଚଳ ତଥା ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କର ଟୁଇଟର ଏକାଉଣ୍ଟ ଗୁଡିକ ସଠିକ ଭାବରେ ସକ୍ରୀୟ କରାଯିବା ସହିତ ପ୍ରଶାସନିକ ଅଧିକାରୀ ମାନଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶକୁ ସୂଚାରୁରୂପେ ପାଳନ କରିବା ସହ ତାର ଫଟୋ ସହ ଅପଲୋଡ କରାଗଲେ ସମାଧାନର ବାଟ ସହଜରେ ହୋଇପାରିବ । ଏହା ସହିତ ଜନସାଧାରଣ,ସରକାର ଏବଂ ପ୍ରଶାସନର କାର୍ଯ୍ୟ ଉପରେ ଆସ୍ଥାପ୍ରକଟ କରିବା ସହଜ ହୋଇପାରନ୍ତା ।

ଜିଲ୍ଲାର ସମସ୍ତ ବ୍ଲକ, ତହସିଲଦାର, ଥାନାଧିକାରୀ, ଫଚାୟତ ଅଧିକାରୀ ମାନଙ୍କୁ ଟୁଇଟରରେ ନିଜ ପ୍ରଶାସନିକ କାର୍ଯ୍ୟାଳୟ ନାମରେ ଏକାଉଣ୍ଟ ଖୋଲି ଏହାର ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି କିଛି ବୁଦ୍ଧିଜୀବି । ଆଜିର ଏହି ଦାବିପତ୍ରକୁ ପ୍ରଦାନ କରିଛନ୍ତି ଅଙ୍କିତା ସାହୁ, ପ୍ରତ୍ୟୁଷ ପ୍ରଧାନ,ଅଶୋକ ବେହେରାଙ୍କ ସମେତ କେତେକ ବୁଦ୍ଧିଜୀବି ।

Popular Articles