ବୃଦ୍ଧ ଘୋଡାକୁ ରାସ୍ତା କଡରେ ଛାଡି ଚାଲିଗଲା ସ୍ୱାର୍ଥପର ମାଲିକ : ପଶୁପ୍ରେମିଙ୍କ ଅସନ୍ତୋଷ ପ୍ରକାଶ

0
158

ରିପୋର୍ଟ : ରାକେଶ ମହାରଣା
ଗଞ୍ଜାମ,ଛତ୍ରପୁର,(୨୩/୦୮) : ହଜିଗଲା ମାନବିକତା, ଜୀବନ ସାରା ଘୋଡାକୁ ବ୍ୟବହାର କରି ଟଙ୍କା ରୋଜଗାର କରିବା ପରେ ବୃଦ୍ଧ ଘୋଡାକୁ ରାସ୍ତା କଡରେ ଛାଡି ଚାଲିଗଲା ସ୍ୱାର୍ଥପର ମାଲିକ ।

ଏମିତି ଏକ ହୃଦୟ ବିଦାରକ ଓ ଅମାନବିକତାର ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ଉଜ୍ଜଳେଶ୍ୱରୀ ମନ୍ଦିର ନିକଟସ୍ଥ ଜାତୀୟ ରାଜପଥ ପାର୍ଶ୍ଵରେ । ବୃଦ୍ଧ ଘୋଡାକୁ ରାସ୍ତା କଡରେ ବୁଲୁଥିବାର ଦେଖିବାକୁ ମିଳିଛି । ଘୋଡାଟି ବୃଦ୍ଧ ହୋଇଯିବାରୁ ରୋଗିଣା ହୋଇ ପଡିଥିଲା ଯାହା ଫଳରେ ମାଲିକ ଘୋଡାଟିକୁ ଆଣି ଛାଡି ଦେଇଥିବା ଜଣାପଡିଛି । ଘୋଡାଟି ଖାଇବାକୁ ନପାଇ ଘୁରି ବୁଲୁଥିବାରୁ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା ।

ସ୍ୱାର୍ଥପର ମାଲିକ ଘୋଡକୁ ବ୍ୟବହାର କରି ସାରା ଜୀବନ ଟଙ୍କା ରୋଜଗାର କଲା ପରେ ଏବେ ବୃଦ୍ଧ ଘୋଡାଟିକୁ ଛାଡି ଚମ୍ପଟ ମାରିଛି । ତେବେ ବୃଦ୍ଧ ଅବସ୍ଥା ଆସିଗଲେ କେମିତି ଅବସ୍ତା କରାଯାଉଛି ତାହାର ଜ୍ୱଳନ୍ତ ଉଦାହରଣ ଆପଣ ମାନେ ଦେଖୁଛନ୍ତି । ମାଲିକ ମାନେ କିପରି ମାନବିକତା ଭୁଲି ଯାଉଛନ୍ତି ଏହି ବୃଦ୍ଧ ଘୋଡାକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି । ସେହିପରି କିଛି ଦିନ ତଳେ ଖଲ୍ଲିକୋଟ ଅଞ୍ଚଳରେ ଏକ ଓଟ କୁ ମଧ୍ୟ୍ୟ ଛାଡି ମାଲିକ ଚାଲିଯାଇଥିବା ବେଳେ ପରେ ଓଟଟିର ମୃତ୍ୟୁ ହୋଇଥିଲା |

ଏହି ଦୃଶ୍ୟ ପଶୁପ୍ରେମିଙ୍କ ମନରେ ଶକ୍ତ ଆଘାତ ଦେଇଥିବାରୁ ଘୋଡା ମାଲିକଙ୍କ ବିରୁଦ୍ଧରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସାଧାରଣରେ ଦାବୀ ହେଉଛି । ଏନେଇ ଜଙ୍ଗଲ ବିଭାଗ, ପଶୁ ବିଭାଗ ଓ ଛତ୍ରପୁର ଏନ୍ଏସିକୁ ଜଣାଇଥିଲେ ମଧ୍ୟ କାହାରି ଦେଖା ମିଳିନଥିଲା ।