ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର,(୧୩/୮) : ଆଜି ଅପରାହ୍ନ ରେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଜିଲ୍ଲପାଳ ଅଵୋଲୀ ସୁନିଲ ନରୱଣେ ଆଶୀର୍ବାଦ ଯୋଜନା ର ହିତାଧିକାରୀ ଅନାଥ ଶିଶୁ, ଓ ମାଆ କିମ୍ବା ବାପାଙ୍କୁ ହରାଇଥିବା ଶିଶୁମାନଙ୍କୁ ଆର୍ଥିକ ସହାୟତା ଚେକ ମାଧ୍ୟମରେ ପ୍ରଦାନ କରିଛନ୍ତି l
ଏହି ଅବସରରେ ଜିଲ୍ଲପାଳ ଶ୍ରୀମତୀ ନରୱଣେ, ଅପର୍ଣ୍ଣା ନନ୍ଦଙ୍କୁ ୨୫୦୦ ଟଙ୍କା, ପୁଜା ମେହେର, ରୋହନ ନାଏକ, ଅଂଶୁମାନ ବାଘ, ତୁଳସୀ ବେହେରା ପ୍ରଭୁତି ପ୍ରତ୍ୟେକ ଙ୍କୁ ଟ ୧୫୦୦-, ଙ୍କା ର ଚେକ ପ୍ରଦାନ କରିଛନ୍ତି l ଆଶୀର୍ବାଦ ଯୋଜନା ରେ ଜିଲ୍ଲାର ୭ଜଣ ଅନାଥ ଶିଶୁ ସହ ୭୬ଜଣ ଶିଶୁ ଯେଉଁ ମାନେ ଏହି କରୋନା ସମୟରେ ନିଜ ପରିବାର ର ମୁଖ୍ୟ ରୋଜଗାର କ୍ଷମ ବ୍ୟକ୍ତିଙ୍କୁ ହରାଇଛନ୍ତି ଏହିପରି ମୋଟ ୮୩ ଜଣ ଶିଶୁଙ୍କୁ ୧ଲକ୍ଷ ୩୧ ହଜାର ୫୦୦ଶହ ଟଙ୍କାର ଆର୍ଥିକ ସହାୟତା ସେମାନଙ୍କ ବ୍ୟାଙ୍କ ଏକାଉଣ୍ଟ ଜରିଆରେ ପ୍ରଦାନ କରାଯାଇଛି l
ଏହି ଅବସରରେ ଅତିରିକ୍ତ ଜିଲ୍ଲପାଲ ସୂର୍ଯ୍ୟନାରାୟଣ ଦାସ, ନିଶି ପୂନମ ମିଞ୍ଜ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ସୁରକ୍ଷା ଅଧିକାରୀ ଅନିଲ କାଲସାଏ, ଜିଲ୍ଲା ସଂଯୋଜକ ରାକେଶ ପ୍ରଧାନ, ସରିତା ସୁନା ପ୍ରମୁଖ ସହଯୋଗ କରିଥିଲେ l