Tuesday, March 19, 2024

Top 5 This Week

Related Posts

ସର୍ବପୁରାତନ ରାଜେନ୍ଦ୍ର କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ନେଇ ମୁଖ୍ୟମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୧୮/୦୭) : ବଲାଙ୍ଗୀର ଜିଲ୍ଲାର ସର୍ବପୁରାତନ ରାଜେନ୍ଦ୍ର କଲେଜକୁ ଗତ ୨୦୨୦ ମସିହାରେ ରାଜ୍ୟ ସରକାର ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେଇଥିଲେ ।

WhatsApp Image 2021 07 19 at 7.08.52 AM ସର୍ବପୁରାତନ ରାଜେନ୍ଦ୍ର କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ନେଇ ମୁଖ୍ୟମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ

ମାତ୍ର ୟୁ.ଜି.ସି. ଏଥିରେ ଆପତ୍ତି ଉଠାଇ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାକୁ ମନା କରିଦେଇଛି । ଫଳରେ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି । ଏନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗୀର ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ପରିଷଦ ପକ୍ଷରୁ କହାଯାଇଛି ଯେ, ରାଜ୍ୟ ସରକାର ବିଜ୍ଞପ୍ତି ଦ୍ୱାରା ନାମକୁ ମାତ୍ର ସର୍ବପୁରାତନ ରାଜେନ୍ଦ୍ର କଲେଜକୁ ବିଶ୍ୱବିଦ୍ୟାଳୟ ଘୋଷଣା କରିଛନ୍ତି ।

ରାଜ୍ୟର କୌଣସି ନୀତିନିୟମ ମାଧ୍ୟମରେ ଏହା ପ୍ରତିଷ୍ଠା କରାଯାଇ ନଥିବା କାରଣରୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁ.ସି.ଜି. ସ୍ୱୀକୃତି ଦେଇନାହିଁ । ଏଭଳି ଅଭିଯୋଗ କରି ଏହା ରାଜ୍ୟ ସରକାରଙ୍କ ଆପାରଗତା ବୋଲି କହାଯାଇଛି । ତୁରନ୍ତ ଏ ଦିଗରେ ଥିବା ସବୁ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ରାଜ୍ୟ ସହସମ୍ପାଦକ ବିଜୟ କଲତା ଓ ନଗର ସମ୍ପାଦକ ରାହୁଲ ପାଣିଗ୍ରାହୀଙ୍କ ନେତୃତ୍ୱରେ ହୋଇଥିବା ବିକ୍ଷୋଭରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଭେଟି ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ ।

କୁଳପତି ସବୁ କିଛି ଠିକଠାକ ହେବ ବୋଲି ଆଶ୍ୱାସନା ଦେଇଥିଲେ । ପରିଷଦର ନଗର ସହସମ୍ପାଦକ ସାହିଲ ପାଣିଗ୍ରାହୀ, ସରୋଜ ସାହୁ, ଦୀପକ ମିଶ୍ର, ଲଳିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Popular Articles