Tuesday, March 19, 2024

Top 5 This Week

Related Posts

ରାଜ୍ୟ କ୍ୟାବିନେଟ୍ ର ୧୫୫୨ କୋଟିର ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପକୁ ମୋହର

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୯/୦୭) : ରାଜ୍ୟର ବିଭିନ୍ନ ଉପାନ୍ତର ଅଞ୍ଚଳର ଲୋକମାନେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । କେହି କେହି ଦୂଷିତ ଜଳ ପିଇ ରୋଗାକ୍ରାନ୍ତ ହେଉଛନ୍ତି ତ ଆଉ କେଉଁମାନେ ଜଳ ଅଭାବରୁ ପ୍ରାଣ ବି ହରାଉଛନ୍ତି । ତେବେ ଏଭଳି ପରିସ୍ଥିତିରେ ବିଶୁଦ୍ଧ ପାନୀୟ ଜଳ ସମସ୍ୟା ରାଜ୍ୟ ସରକାରଙ୍କ ପାଇଁ ଏକ ବଡ ଚାଲେଞ୍ଜ ଥିଲା, ଏହି ଚାଲେଞ୍ଜକୁ ସାମ୍ନାକରିବା ପାଇଁ ଆଜି ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍ ର ଅନୁମୋଦନ ମିଳିଛି ।

କେବଳ ବିଶୁଦ୍ଧ ପାନ୍ୟ ଜଳ ନୁହେଁ  ଆହୁରି ୩ ପାନୀୟ ଜଳପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛି । ମୋଟ୍ ପ୍ରକଳ୍ପର ମୂଲ୍ୟ ୧୫୫୨ କୋଟି ଟଙ୍କାରୁ ଅଧିକ ରହିଛି । ଏଥିରେ କେନ୍ଦୁଝର ଜିଲ୍ଲାର ଯୋଡା ଓ ଚମ୍ପୁଆ ସହର ସମେତ ସୁନ୍ଦରଗଡ ଓ କଟକ ଜିଲ୍ଲାର ୯୭୮ ଗ୍ରାମର ଲୋକ ବିଶୁଦ୍ଧ ପାନ୍ୟ ଜଳ ପାଇବେ । ଏହି ପ୍ରକଳ୍ପଗୁଡିକୁ ୨୪ ମାସ ଭିତରେ ସାରିବା ପାଇଁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି ।

ଶନିବାର ସଂଦ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ କ୍ୟାବିନେଟ୍ ବୈଠକ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ମୁଖ୍ୟ ଶାସନ ସଚିବ କ୍ୟାବିନେଟ୍ ନିଷ୍ପତି ସମ୍ବନ୍ଧ ରେ ସୂଚନା ଦେଇଥିଲେ ।

ଯୋଡା ଓ ଚମ୍ପୁଆ ସହରବାସୀଙ୍କୁ  ଡ୍ରିଙ୍କ ଫର୍ମ ଟ୍ୟାପ୍ କ୍ୱାଲିଟିର ଜଳ ଯୋଗାଣ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓାଟ୍କୋ ଟେଣ୍ଡର ଡାକିଥିଲା । ଅହମ୍ମଦବାଦର ପି .ସି. ସ୍ନେହାଲ କନଷ୍ଟ୍ରକ୍ସନ ପ୍ରାଇଭେଟେ ଲିମିଟେଡ୍ ଏହି ପ୍ରକଳ୍ପକୁ ହାତକୁ ନେଇଛି । ପ୍ରକଳ୍ପର ମୂଲ୍ୟ ରହିଛି ୧୦୩.୮୫୫ କୋଟି ଟଙ୍କା ।

ଗ୍ରାମାଞ୍ଚଳ ଲୋକଙ୍କ ପାଖରେ ପାନୀୟ ଜଳ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ସଦା ସର୍ବଦା ପ୍ରତଶ୍ରୁତି ବଦ୍ଧ । ଏଥିପାଇଁ ସରକାର ଓମ୍ବାଡିସି ଯୋଜନା ମାଧ୍ୟମରେ ସୁନ୍ଦରଗଡ ଜିଲ୍ଲାରେ ଗୋଟିଏ ବୃହତ ଗ୍ରାମୀୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଟେଣ୍ଡର ଡାକିଥିଲେ । ମହାରଷ୍ଟ୍ରର ଜେ.ଏମ.ସି. ପ୍ରକଳ୍ପ ଇଣ୍ଡିଆ ଲିମିଟେଡ଼, ଏସ୍ପିଏମ୍ଏଲ୍ ଇନ୍ ଫାର୍ମା ଲିମିଟେଡ଼ ୩୮୮ କୋଟି ୮୭ ଲକ୍ଷ ୩୮୦ ହଜାର ଟଙ୍କାରେ ଏହି କାମ କରିବା ପାଇଁ ମନୋନୀତ ହୋଇଛନ୍ତି ।

ପ୍ରକଳ୍ପ  ଦ୍ୱାରା ସୁନ୍ଦରଗଡ ଜିଲ୍ଲାର ୪ ଟି ବ୍ଲକ ଅଧୀନରେ ଥିବା ୪୯ ଟି ଗ୍ରାମ ପଞାୟତର ୨୯୫ ଟି ଗ୍ରାମର ଅଢେ଼ଇ ଲକ୍ଷରୁ ଅଧିକ ଲୋକ ଶୁଦ୍ଧ ପାନୀୟ ଜଳ ପାଇବେ । ବିଶ୍ରା ବ୍ଲକର ୬୨ ଗାଁ, ଲାଠିକଟା ବ୍ଲକର ୭୦ ଗାଁ, ଲହୁଣିପଡା ବ୍ଲକର ୭୦ ଗାଁ,ବଣାଇ ବ୍ଲକର ୯୩ ଗାଁର ଲୋକେ ଏହି ଯୋଜନା କୁ ଉପଭୋଗ କରିପାରିବେ ।

୭୮୬ କୋଟି ୬୬ ଲ କ୍ଷ ୫୫ ହଜାର ଟଙ୍କାରେ ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେବା ନେଇ ସରକାର ସ୍ପଷ୍ଟ କରିଛନ୍ତି । ଏଥିରେ ଜିଲ୍ଲାର ୬ ଟି ବ୍ଲକ ଅଧିନରେ ଥିବା ୮ଟି ଗ୍ରାମପଞାୟତର ୪୨୧ଟି ଗ୍ରାମ ୩,୭୮,୭୯୦ ଲୋକ ଲାଭବାନ ହେବେ । ବାଲିଶଙ୍କରା ବ୍ଲକର ୮୫ ଟି ଗାଁ,ଲେଫତିପଡା  ବ୍ଲକର ୭୬ ଟି ଗାଁ,ଟାଙ୍ଗରପାଲି ବ୍ଲକର ୭୩ ଟି ଗାଁ,ସୁନ୍ଦରଗଡ ବ୍ଲକର ୮୫ ଟି ଗାଁ, ବରଗାଁ ବ୍ଲକର ୪୨ ଟି ଗାଁ ଓ ସବଡେଗା ବ୍ଲକର ୬୦ ଟି ଗାଁ ଉପକୃତ ହେବେ ।

କଟକ ଜିଲ୍ଲାରେ ମଧ୍ୟ ଜଳଜୀବିକା ମିସନ୍ ରେ ଗୋଟିଏ ବୃହତ ଗ୍ରାମ୍ୟ ପାନ୍ୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୨୭୫ କୋଟି ୩୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ୨୪ ମାସରେ କାମ ସରିବ । ଏହି ପ୍ରକଳ୍ପରେ କଟକ ଜିଲ୍ଲାର ୪ ଟି ବ୍ଲକ ଅଧିନରେ ଥିବା ୫୬ଟି ଗ୍ରାମପଞାୟତ ର ୨୬୨ ଟି ଗାଁର ୨,୬୧,୯୭୮ ଲୋକ ଶୁଦ୍ଧ ପାନୀୟ ଜଳ ପାଇବେ । ଆଠଗଡ ବ୍ଲକର ୧୮୬ଟି ଗାଁ,ତିଗିରିଆ ବ୍ଲକର ୪୮ଟି ଗାଁ,ବାଙ୍କୀ ବ୍ଲକର୨୪ ଟି ଗାଁ ଓ ଟାଙ୍ଗୀ-ଚଦ୍ୱାର ବ୍ଲକର ୪ଟି ଗାଁ ଲୋକ ପାଇଁ ଏହି ପ୍ରକଳ୍ପ ଉପଲବ୍ଧ ।

ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ବିକଶିତ କରିବା ନିମନ୍ତେ ଅବଢ଼ା ଯୋଜନା ପାଇଁ ରାଜ୍ୟ ସରକାର ପୂର୍ବରୁ ୬ ଟି ଖଣିଡାଲାଇଟି ଖଣିଜ ବ୍ଲକକୁ ଓ.ଏମ୍.ସି. ପାଇଁ ସଂରକ୍ଷଣ କରିଥିଲେ । ତାହା ମଧ୍ୟରୁ ଖୋର୍ଦ୍ଧାର ନରଣଗଡରେ ଥିବା ବ୍ଲକରେ ଖଣି କାର୍ଯ୍ୟ ପାଇଁ ଲିଜ୍ ପ୍ରଦାନ କରାଯାଇଛି ।

ଏହାଦ୍ୱାରା ପୁରୀକୁ ବିଶ୍ୱ ଐତିହ୍ୟ ଭାବେ ବିକଶିତ କରିବା ପାଇଁ ସହଜ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ସୁନ୍ଦରଗଡର ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତାର ୬ ବାଇ ୨୦୬ କିମିରୁ ୨୮ ବାଇ ୫୬୪ କିମି ପର୍ଯ୍ୟନ୍ତ ରାସ୍ତାକୁ ଦୁଇ ଥାକିଆ ରାସ୍ତା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Popular Articles