ଝାରସୁଗୁଡ଼ା ପୋଲିସକୁ ବଡ଼ ସଫଳତା, ଆନ୍ତ ଜିଲ୍ଲା ଅପରାଧୀ ବାବୁ କାଙ୍ଗ ଗିରଫ

ରିପୋର୍ଟ: ଜିଲ୍ଲାପ୍ରତିନିଧି ପ୍ରଶାନ୍ତ ମଝି //
ଝାରସୁଗୁଡା (୦୯/୦୫): ଝାରସୁଗୁଡ଼ା ପୋଲିସକୁ ବଡ଼ ସଫଳତା । ଆନ୍ତ ଜିଲ୍ଲା ଅପରାଧୀ ବାବୁ କାଙ୍ଗ ଓରଫ ସରଫରାଜ ଖାନ ଓ ତା ସାଥୀକୁ ପୋଲିସ ଧରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗଟି ବିଭିନ୍ନ ଜିଲ୍ଲାରେ ଅପରାଧ ଘଟାଉଥିଲେ ଏମାନଙ୍କୁ ଧରିବା ପାଇଁ ଏସପି ଝାରସୁଗୁଡ଼ା, ଏସଡିପିଓ ବ୍ରଜରାଜନଗରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଗଠନ କରିଛନ୍ତି।

ଏହା ପୂର୍ବରୁ ତାଙ୍କୁ ଏବଂ ତାଙ୍କ ସହଯୋଗୀମାନଙ୍କୁ ଧରିବା ପାଇଁ ପୋଲିସ ଦୁଇ ଥର ଚେଷ୍ଟା କରିଥିଲା, କିନ୍ତୁ ସେ ଏତେ ଚତୁର ଥିଲେ ଯେ ସେ ଖସିଯିବାରେ ସଫଳ ହୋଇଥିଲେ । ଗିରଫ ହୋଇ ଥିବା ସରଫରାଜ ଖାନର ପ୍ରାୟ ୩୩ ଗୋଟି ମାମଲା ବିଭିନ୍ନ ଥାନାରେ ରହିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି।କୋଲାବିରା ଥାନା ରୁ ଚୋରି ହୋଇଥିବା ହିରୋ ହୋଣ୍ଡା ପେସନ ପ୍ରୋ ବାଇକ, ଗୋଟିଏ ସୋନି LED ଟିଭି, ଗୋଟିଏ DVR, ଗୋଟିଏ ଇଂଭେର୍ଟର, ୧୦ଟି ଇଂଭେର୍ଟର ବ୍ୟାଟେରୀ, ପାନା ପ୍ଲାସ, ମୋବାଇଲ ବକ୍ସ, ଆଦି ଚୋରି ହୋଇଥିଲା। ସେହିପରି ବେଳପାହାଡ଼ ଥାନା ଅନ୍ତର୍ଗତ ରୁ ୬ ଟି ବଡ଼ ଟାୟାର, ୪ଟି ଛୋଟ ଟାୟାର, ବ୍ରଜରାଜନଗର ଥାନା ଅନ୍ତର୍ଗତ ଗୋଟିଏ ଟାଟା ୭୦୯ଗାଡ଼ି, ଆଦି ଚୋରି ହେବାର ଅଭିଯୋଗ ହୋଇଥିଲା। ଯାହାକୁ ସିଜ କରିଛି ପୋଲିସ।ଏହା ଛଡ଼ା ଏମାନଙ୍କ ଠାରୁ ସାମସଙ୍ଗ LED ଟିଭି, ମୋନିଟର, CP PLUS DVR, 5 ଟି ସିସିଟିଭି କ୍ୟାମେରା, ଦୁଇଟି ସ୍କୁଟି ଏପାଚି ବାଇକ ଆଦି ୨୦ ଲକ୍ଷ ଟଙ୍କାରୁ ଅଧିକ ସିଜ କରିଛି ପୋଲିସ। ଏହି ଘଟଣାରେ ବାବୁ କାଙ୍ଗ ଓରଫ ସରଫରାଜ ଖାନ, ମହମ୍ମଦ ଇରଫାନ, ଅଭିଷେକ ମୁମାର ଙ୍କୁ ଗିରଫ କରିଛି। ସେହିପରି ଏହି ସବୁ ଚୋରି ସାମଗ୍ରୀ କିଣିଥିବା ପ୍ରମୋଦ କୁମାର ମିଶ୍ର ଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛନ୍ତି।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: