ପୋଖରୀରେ ବୁଡି ମା ଓ ଝିଅ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରୀଗୁଡା (୦୮/୦୫): ବୈପାରୀଗୁଡାରେ ଘଟିଛି ଅଭାବନୀୟ ଘଟଣା | ପୋଖରୀରେ ବୁଡି ମା ଓ ଝିଅର ମୃତ୍ୟୁ | ଏହାପରି ଘଟଣା ଦେଖିବକୁ ମିଳିଛି ରାମଗିରି ଫାଣ୍ଡି ଅନ୍ତର୍ଗତ ପୁରୁଣାପାଣି ଗ୍ରାମରେ | ମୃତ ୨ ଜଣ ଉକ୍ତ ଗ୍ରାମର ଭଗତ ଚାଲାଣଙ୍କ ୩୦ ବର୍ଷୀୟ ସ୍ତ୍ରୀ ଚଂଚଳା ଚାଲାଣ ଓ ୧୧ବର୍ଷୀୟ ଝିଅ ସାନମତି ଚାଲାଣ ବୋଲି ଜଣା ପଡିଛି |

ପରିବାର ଲୋକେ କହିବା ଅନୁଯାୟୀ ଗତ କାଲି ସନ୍ଧ୍ୟାରେ ଭଗତଙ୍କ ସ୍ତ୍ରୀ ଓ ଝିଅ ବାସନ ମାଜିବା ପାଇଁ ଗାଁ ନିକଟରେ ଥିବା ପୋଖରୀକୁ ଯାଇଥିଲେ | ହେଲେ ଝିଅଟି ଖେଳୁଥିବା ବେଳେ ପୋଖରୀରେ ବୁଡ଼ିଯାଉଥିବା ବେଳେ ମା ଝିଅକୁ ଉଦ୍ଧାର କରିବାକୁ ଯାଇ ଗଭୀର ପାଣିରେ ଉଭୟ ମା ଝିଅ ବୁଡି ଯାଇଥିଲେ | ଯାହାଫଳରେ ଉଭୟ ମା ଓ ଝିଅଙ୍କ ମୃତ୍ୟୁ ଘଟିଛି | ସ୍ଥାନୀୟ ପୋଲିସକୁ ଖବର ପାଇ ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭଗ ପକ୍ଷରୁ ମୃତ ମା ଝିଅଙ୍କୁ ଉଦ୍ଧାର କରାଯାଇଛି | ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣା ପଡିଛି |

Welcome to Odisha News24

error: Content is protected !!
%d bloggers like this: