ଜିଲ୍ଲାରେ ଟିକା ଅଭାବ ଅଛି; ୧୦କେନ୍ଦ୍ରରେ ଚାଲିଛି କରୋନା ଟିକାକରଣ

ରିପୋର୍ଟ: ଏ.କେ.ବିଶ୍ୱାସ //
ମାଲକାନଗିରି (୧୪/୦୪): ମଙ୍ଗଳବାର ଦିନ ୧୦ଟି ଟିକାକରଣ କେନ୍ଦ୍ରରେ ଚାଲିଛି କରୋନା ଟିକାକରଣ।ଗତ ଜାନୁଆରୀ ମାସରୁ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ଟିକାକରଣ ଚାଲିଛି। ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ପଣସପୁଟ ଏବଂ ଅଣ୍ଡ୍ରାପାଲି ପଞ୍ଚାୟତର ଆଖପାଖ ଗାଁର ପାଖାପାଖି ୨ ଶହ ଲୋକଙ୍କୁ ଟିକାକରଣ ହୋଇଥିବା ବେଳେ ଜୋଡାଆମ୍ବ ପଞ୍ଚାୟତରେ ୨ଶହରୁ ଉର୍ଦ୍ଧ୍ବ ଲୋକଙ୍କୁ ଟିକା ଦିଆଯାଇଛି।

ସେହିପରି ବଣ୍ଡାଘାଟିର ମୁଦୁଲିଗୁଡା ପଞ୍ଚାୟତରେ ୪୩୩ ଜଣ ଏବଂ ଅଣ୍ଡ୍ରାହାଲ ପଞ୍ଚାୟତରେ ୨୧୭ ଜଣ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର ମୋଟ ୬୫୦ ଲୋକଙ୍କୁ ଏବେ ସୁଦ୍ଧା ଟିକା ଦିଆଯାଇଛି।ଜିଲ୍ଲାରେ ଟିକା ଅଭାବ ସମ୍ପର୍କରେ ସିଡିଏମଓଙ୍କୁ ପଚାରିବାରୁ ଜିଲ୍ଲାରେ ପ୍ରତି ଦିନ ୨ ହଜାରରୁ ୩ ହଜାର ଟିକା ଆବଶ୍ୟକ ପଡୁଥିବା ବେଳେ ୧୯ ଶହ ଟିକା ମହଜୁଦ ରହିଛି।୨ ଲକ୍ଷ ୫୦ ହଜାର ଟିକା ମଗାଯାଇଛି।ଆସନ୍ତା କାଲି ଟିକା ଆସି ଜିଲ୍ଲା ମୁଖ୍ୟାଳୟରେ ପହଁଞ୍ଚିବ। ଏହା ପରେ ଜିଲ୍ଲାର ସମସ୍ତ ୩୨ଟି ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଫୁଲ୍ଲ ନନ୍ଦ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ କରୋନା ମହାମାରୀ ଦ୍ବିତୀୟ ଲହର ଯୋଗୁଁ ଭାରତରେ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି।ଏପରିକି ବ୍ରାଜିଲ ଦେଶକୁ ପଛରେ ପକାଇଛି ଭାରତ।ମାଲକାନଗିରି ଜିଲ୍ଲା ପଡୋଶୀ ରାଜ୍ୟ ବିଶେଷ କରି ଛତିଶଗଡ଼ ତଥା ଏହାର ପଡୋଶୀ ରାଜ୍ୟ ମହାରାଷ୍ଟ୍ରରେ ପ୍ରତି ଦିନ ସଂକ୍ରମଣ ସଂଖ୍ୟା ଦୃତ ଗତିରେ ବଢିବାରେ ଲାଗୁଛି।ସେଥିପାଇଁ ମାଲକାନଗିରି ପଡୋଶୀ ଛତ ,ଆନ୍ଧ୍ରପ୍ରଦେଶ ସୀମାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ କରି ଦିଆଯାଇଛି।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: