ସାଧାରଣ ଜନତାଙ୍କ ସ୍ୱର

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୁରିବାହାଲ ପୁଲିସର କଡାକଡି ମାକ୍ସ ଚେକିଂ, ଦୁଇ ଦିନରେ ୭୦୦୦ ଟଙ୍କା ଆଦାୟ

ରିପୋର୍ଟ: ଭଗବାନ ମହାନ୍ତି //
ମୁରିବାହାଲ ତା ୧୧/୪/୨୧): କରୋନା ପୁଣି କେତେକ ରାଜ୍ୟରେ କଡ଼ ଲେଉଟାଇବା ସହ ରାଜ୍ୟରେ ବଲାଙ୍ଗୀର ସମେତ ଅନ୍ୟ ୧୦ଟି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ସୋମବାର ଦିନ ଠାରୁ ଆରମ୍ଭ ହୋଇଥିବା ବେଳେ ମାଜିଷ୍ଟ୍ରେଟ ତଥା ମୁରିବାହାଲ ତହସିଲଦାର ସୋନାଲି ପାତ୍ରଙ୍କ ଉପସ୍ଥିତିରେ  ପୁଲିସର ମାକ୍ସ ଚେକିଂ ଦେଖିବାକୁ ମିଳିଛି।82fbd145 02c3 435f ae64 0f864805a1ba

ଏପରି ସମୟରେ ଲୋକଙ୍କ ଧନ ଜୀବନର ସୁରକ୍ଷା ତଥା ସଚେତନତା ପାଇଁ ଦୀର୍ଘ ଦିନ ପରେ ମୁରିବାହାଲ ପୁଲିସ ପୁଣି ଥରେ ତତ୍ପରତା ଦେଖାଇ ମାକ୍ସ ଚେକିଂ କରିବା ଆରମ୍ଭ କରିଦେଇଛି। ଶନିବାର ଓ ରବିବାର ଦୁଇ ଦିନ ଧରି ମୁରିବାହାଲ ପୁଲିସ ବିଭିନ୍ନ ଛକମାନଙ୍କରେ ମାକ୍ସ ଚେକିଂ କରିଥିଲା।ଶନିବାର ଦିନ ଗଁରେଇ ଛକରେ ୪୦୦୦ ଓ ରବିବାର ଦିନ ଗୁଡିଘାଟ ଛକରେ ୩୦୦୦ ଟଙ୍କା ସହ ମୋଟ ୭୦୦୦ ଟଙ୍କା ଆଦାୟ କରାଯାଇ ଲୋକଙ୍କୁ ମାକ୍ସ ପିନ୍ଧିବା ପାଇଁ ସଚେତନ କରାଯାଇଥିବା ମୁରିବାହାଲ ଆଇଆଇସି ତାରା ଯସ୍ମୀନ ଗୁରିଆ ପ୍ରକାଶ କରିଛନ୍ତି|

Welcome to Odisha News24

%d bloggers like this: