ସାଧାରଣ ଜନତାଙ୍କ ସ୍ୱର

ପାହାଡ଼ରୁ ଖସି କାର୍ଯ୍ୟରତ ଶ୍ରମିକର ମୃତ୍ୟୁ

ରିପୋର୍ଟ: ରାକେଶ ମହାରଣା //
କୋଦଳା (୧୧/୦୪): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ତହସିଲ୍ ଅଧୀନରେ ଥିବା ବୁଢ଼ାମ୍ବ ଅନ୍ତର୍ଗତ ଦେଓଗାଁ ନିକଟରେ ଥିବା ପାହାଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାହଡରେ କାର୍ଯ୍ୟରତ ଶ୍ରମିକର ମୃତ୍ୟୁ |9922d5bc eac4 4a8d bdc7 0c94cc2cc66b

ସୂଚନା ଅନୁଯାୟୀ ଖୋର୍ଦ୍ଧା ଅଞ୍ଚଳ ତାପଙ୍ଗ ଗ୍ରାମର ସୁଶାନ୍ତ ଛଟେଇ ୩୨ ଏହି ପାହାଡରେ ଟାଟା ହିଟାଚି ଅପରେଟର ରୂପେ କାର୍ଯ୍ୟ କରିଆସୁଥିଲେ। ଆଜି ଅପରାହ୍ନରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା । ଆଶ୍ଚର୍ଯ୍ୟ କଥା ପାହାଡଟିର ଉପର ଭାଗଟି ସରକାରୀ ଅଧୀନରେ ଥିବା ବେଳେ କିଭଳି ଭାବରେ ବେଆଇନ ପଥର ଖନନ କରୁଥିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ ପଥର କୁଆଁରୀ ମାଲିକ ଘଟଣା ସମ୍ପର୍କରେ କିଛି କହିବେ ନାହିଁ ବୋଲି କହିଛନ୍ତି। ଅନ୍ୟ ପଟେ କବିସୂର୍ଯ୍ୟନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି କେସ୍ ୧୨୭/୨୧,୨୭୯,୩୦୪ଏ ଆଇପିସି, ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଆସ୍କା ମେଡିକାଲକୁ ପଠାଇଥିବା ବେଳେ ପରିବାର ଲୋକଙ୍କୁ ଏ ପଯ୍ୟନ୍ତ ଖବର ଦିଆଯାଇ ନ ଥିବା ସୂଚନା ମିଳିଛି ।

Welcome to Odisha News24

%d bloggers like this: