ଶୁଭ ଅଭିନନ୍ଦନ କଲ୍ୟାଣ ମଣ୍ଡପ ଠାରେ ସ୍ବଚ୍ଛ ଚର୍ଚ୍ଚା ଦିବସ ପାଳିତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୨୫/୦୨): ନବରଙ୍ଗପୁର ପୌରପାଳିକା ପକ୍ଷରୁ ସ୍ଥାନୀୟ ଶୁଭ ଅଭିନନ୍ଦନ କଲ୍ୟାଣ ମଣ୍ଡପ ଠାରେ ସ୍ବଚ୍ଛ ଚର୍ଚ୍ଚା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ମୁନ୍ନା ଖାଁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ଶାହାଇ ମୀନା , ଉପ ଜିଲ୍ଲାପାଳ ଭାସ୍କର ରଇତ , ଡି ଏଫ ଓ ମଗର ଧନଜ ରାଓସେ ଓ ଉମରକୋଟ ପୂର୍ବତନ ବିଧାୟକ ସୁବାଷ ଗଣ୍ଡ ଯୋଗ ଦେଇଥିଲେ ।

ନବରଙ୍ଗପୁର ସହରକୁ କିପରି ସ୍ବଚ୍ଛ ଓ ସୁନ୍ଦର କରି ରଖାଯିବ ସେ ନେଇ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଗଣ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ପୌର ନିର୍ବାହୀ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସହର ସମସ୍ତେ ସଚେତନ ହୋଇ ଅଳିଆକୁ ବାହାରେ ନ ପକାଇବା ତାହେଲେ ସହର ସ୍ବଚ୍ଛ ଓ ସୁନ୍ଦର ରହିବା ସହ ସହର ବିକାଶ ହୋଇପାରିବ ବୋଲି କହିଥିଲେ । ପୌରାଞ୍ଚଳରେ ୨୭୨ ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ରେ ୨୭୨୦ ଜଣ ମହିଳା ରହିଛନ୍ତି । ଏହି ମହିଳା ଦଳକୁ ସହରରେ ଥିବା ଅସ୍ଥାୟୀ ଆଶ୍ରୟ ସ୍ଥଳୀ , ବର୍ଜ୍ୟ ବସ୍ତୁ ପରିଚାଳନା କେନ୍ଦ୍ର ଓ ୨ ଗୋଟି ଗୋଷ୍ଠି ପାଇଖାନା ପରିଚାଳନା କରିବା ପାଇଁ ଗୋଟିଏ ଲେଖାଏଁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା । ଏହି ଅବସରରେ ପୌରପାଳିକାର ଦୁଇଜଣ ଦିବ୍ୟାଙ୍ଗ ଙ୍କୁ ଦୁଇଟି ହୁଇଲ ଚେୟାର୍ ଓ ୪୮ ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପୌରପାଳିକାର ଜ୍ୟୋତି ପରିଚ୍ଛା , ଟୁନା ଦାସ , ଅଶୋକ ପଟନାୟକ , ଗୁପ୍ତ ଗୌଡ଼ ସମେତ ପୌରପାଳିକାର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: