ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା ୧/୨): ବାଲିଗୁଡା ବିଜ୍ଞପିତ ଅଂଚଳ ପରିଷଦର ଚବିଶ ତମ ପାରିଷଦ ବୈଠକ ଅନୁଷ୍ଠିତ ହୋଇଛି |ଏନଏସି ଅଧ୍ୟକ୍ଷ ଲୋକ ନାଥ ପାଢ଼ୀ ଙ୍କ ସଭାପତିତ୍ବ ରେ ବସିଥିବା ଚବିଶ ତମ ପାରିଷଦ ବୈଠକ ରେ ବିଭିନ୍ନ ୱାର୍ଡ ରେ ବିକାଶ ମୂଳକ କାର୍ଯ୍ୟ ର ସମୀକ୍ଷା କରାଯାଇଥିଲା |ଏଥି ସହିତ ବାଲିଗୁଡା ସହର ରେ ଧାର୍ଯ୍ୟ କରାଯାଇଥିବା ହୋଲଡିଂ ଟାକ୍ସ କୁ ନେଇ କାଉନସିଲର ମାନେ ଆପତ୍ତି ଅଭିଯୋଗ ପରେ ଧାର୍ଯ୍ୟ ପନ୍ଦର ପ୍ରତିଶତ ଟିକସ କୁ କମା ଯାଇ ସାତ ପ୍ରତିଶତ ଟିକସ ବାବଦରେ ସର୍ବ ସମତ୍ୱ ପ୍ରକାଶ ମତ ପ୍ରକାଶ ପାଇଛି |
ଏଥି ମଧ୍ୟରୁ ଜଳକର କୁ ବାଦ ଦିଆଯାଇଛି |ସହର ରେ ପାଇପ ପାଣି ର ସୁବ୍ୟବସ୍ଥା ପାଇଁ ମଧ୍ୟ ପାରିଷଦ ବୈଠକ ରେ ଉପସ୍ଥିତ ସମସ୍ତ ପାରିଷଦ ଦୃଷ୍ଟି ଆକର୍ଷଣ କରି ଥିଲେ |ଏଥି ସହିତ ବିଭିନ୍ନ ୱାର୍ଡ ରେ ଉନୟନ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା |ଏହି ପାରିଷଦ ବୈଠକ ରେ ବାଲିଗୁଡା ଉପଜିଲ୍ଲାପାଳ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ ଶୁଭଙ୍କର ମହାପାତ୍ର, ବିଧାୟକ ପ୍ରତିନିଧି ଅବନୀ କାନ୍ତ ନାୟକ ସମେତ କାଉନସିଲର ନାରାୟଣ ଡାକୁଆ, ବରଦାପ୍ରସାଦ ମିଶ୍ର,ଶିରୀଶ ପ୍ରଧାନ, ଜୟନ୍ତୀ ଜେନା, ଶାନ୍ତିକୁମାରୀ ନାୟକ, ଝରଣା ଦଣ୍ଡସେନା, ମନୋଜ ଆଚାର୍ଯ୍ୟ, ସସ୍ମିତା ବେହେରା, ଅର୍ଜୁନ ନାୟକ ସମେତ ସାନିଟାଇଜର ଇନିସପେକ୍ଟର ରାଜକିଶୋର ସାହୁ, ଏନଏସି କର୍ମଚାରୀ ଦେବାଶିଷ ମହାନ୍ତି, ମୁକେଶ ରଞ୍ଜନ ନାୟକ ପ୍ରମୁଖ ବୈଠକ ରେ ଉପସ୍ଥିତ ଥିଲେ |