ନବରଙ୍ଗପୁର ଜିଲ୍ଲା ଯୁବ ବିଜୁ ଜନତା ଦଳର ସୋସିଆଲ ମିଡିଆ ସମ୍ପାଦକ ଭାବେ ଆଲୋକ ସାହୁ ମନୋନୀତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୦୭/୦୬): ନବରଙ୍ଗପୁର ଜିଲ୍ଲା ବିଜୁ ଯୁବ ଜନତା ଦଳ ର ସୋସିଆଲ ମିଡ଼ିଆ ସମ୍ପାଦକ ଭାବେ ନବରଙ୍ଗପୁର ସହର ର ଆଲୋକ ସାହୁ ଙ୍କୁ ମନୋନୀତ କରାଯାଇଛି | ଏନେଇ ରାଜ୍ୟ ଯୁବ ବିଜୁ ଜନତା ଦଳ ପକ୍ଷରୁ ଆଲୋକଙ୍କ ନାମ ଘୋଷଣା ହେବା ପରେ ଯୁବ ବିଜୁ ଜନତା ଦଳର ସମସ୍ତ କର୍ମକର୍ତା ସହ ବିଭିନ୍ନ ମହଲରୁ ଆଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |

ଅଲୋକ ଜଣେ ଉଚ୍ଚ ଶିକ୍ଷିତ ଛାତ୍ର , ସେ କଲେଜ ଜୀବନରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିଲେ। ବିଭିନ୍ନ ସାମାଜିକ କାର୍ଯ୍ୟରେ ରୁଚି ରଖୁଥିବା ଶ୍ରୀ ସାହୁ ପୂର୍ବରୁ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ର ଉପ ସଭାପତି ରୂପେ କାର୍ଯ୍ୟ ତୁଲାଇ ଆସୁଛନ୍ତି । ଏହି ଦାୟିତ୍ୱ ପାଇଥିବାରୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଜିଲ୍ଲା ବିଜୁ ଜନତା ଦଳ ର ସଭାପତି ତଥା ସାଂସଦ ରମେଶ ଚନ୍ଦ୍ର ମାଝୀ, ସ୍ଥାନୀୟ ବିଧାୟକ ଏବଂ ବିଜୁ ଜନତା ଦଳର ସମସ୍ତ କର୍ମକର୍ତା ଙ୍କ ସହ ରାଜ୍ୟ ସୋସିଆଲ ମିଡ଼ିଆ ସଂଯୋଜକ ତାରିଣୀ ପ୍ରସାଦ ନାୟକ ଏବଂ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଶିବା ନନ୍ଦ ବିଷୋୟୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: