ଗ୍ରାମ ପଞ୍ଚାୟତ ସ୍ତରୀୟ ଗାଁ କଲ୍ୟାଣ ସମିତି ର ସଚେତନତା କର୍ମଶାଳା

ରିପୋର୍ଟ: ନିରଞ୍ଜନ ତ୍ରିପାଠୀ //
ପଦ୍ମପୁର (୦୬/୦୬): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍ଲକର ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ସ୍ତରୀୟ ଗାଁ କଲ୍ୟାଣ ସମିତି ର କୋଭିଡ-୧୯ ସଚେତନତା କର୍ମଶାଳା ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ସଭାଗୃହ ଠାରେ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମାନ ଅଭିମନ୍ୟୁ ବରିହା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |

ଉକ୍ତ ପଞ୍ଚାୟତ ଅଧିନସ୍ଥ ପଲସାନୀ,ବୁକୁରାମୁଣ୍ଡା ଏବଂ ଲହଙ୍ଗୀର ଗ୍ରାମ ର ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ତଥା କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟକର୍ମୀ ଶ୍ରୀମତୀ କବିତାଞ୍ଜଳୀ ଦାଶ , ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ସ୍ୱାସ୍ଥ୍ୟ ପରିଦର୍ଶକ ଶ୍ରୀମାନ ରବିନ୍ଦ୍ର ମୋହନ ଦାଶ ଏହି କର୍ମଶାଳାରେ ଯୋଗ ଦେଇ ସାଂପ୍ରତିକ ପରିସ୍ଥିତିରେ କୋଭିଡ-୧୯ ର ମୁକାବିଲା କିଭଳି ଭାବେ କରାଯିବ ସେ ବିଷୟରେ ସୁଚିନ୍ତିତ ନିଜସ୍ୱ ମତ ବ୍ୟକ୍ତ କରିଥିଲେ lନିଜନିଜ ଗ୍ରାମରେ ଆଶାକର୍ମୀ ଏବଂ ଅଙ୍ଗନବାଡ଼ି କର୍ମୀ ମାନେ ଘରକୁ ଘର ବୁଲି କୋଭିଡ-୧୯,ଅଣ ସଂକ୍ରମକ ରୋଗ ଯଥା ମଧୁମେହ, ରକ୍ତଚାପ, କର୍କଟ ରୋଗୀ ଚିହ୍ନଟ ଓ ଚିକିତ୍ସା, ମେଲେରିଆ,ଯକ୍ଷ୍ମା, କୁଷ୍ଠରୋଗୀ ଚିହ୍ନଟ ପ୍ରକ୍ରିୟା ରେ ସମସ୍ତ ଜନପ୍ରତିନିଧି, ସ୍ୱୟଂ ସହାୟିକ ଗୋଷ୍ଠୀ ର ସହଯୋଗ, ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନର ସହଭାଗିତା ଫଳରେ କାର୍ଯ୍ୟକ୍ରମ ର ସଫଳ ରୂପାୟନ ହୋଇପାରିବ ବୋଲି ସରପଞ୍ଚ ଶ୍ରୀମାନ ବରିହା ମତବ୍ୟକ୍ତ କରିଥିଲେ lଗାଁ କଲ୍ୟାଣ ସମିତି ଗୁଡିକୁ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ରୁ ଅତିରିକ୍ତ ଦଶହଜାର ଟଙ୍କା ସୁ-ବିନିଯୋଗ କରିବାକୁ ସ୍ୱାସ୍ଥ୍ୟ ପରିଦର୍ଶକ ଶ୍ରୀମାନ ରବିନ୍ଦ୍ର ମୋହନ ଦାଶ ପରାମର୍ଶ ପ୍ରଦାନ କରିଥିଲେ lଗାଁ ଗୁଡିକ ରେ ଅଧିକ ସଚେତନତା କରିବା ସକାଶେ ଗାଁ କଲ୍ୟାଣ ସମିତି ରେ ଜଡିତ ସଦସ୍ୟ ମାନଙ୍କୁ ଓ.ଆର.ଏସ ଗୋଳିବା ପଦ୍ଧତି,ହାତଧୂଆ ପଦ୍ଧତି,ମାକ୍ସ ପରିଧାନ, ସାମାଜିକ ଦୂରତା ବଜାୟ ରଖିବା,ସାନିଟ୍ରାଇଜର ର ବ୍ୟବହାର ପ୍ରଦର୍ଶନ କରିବାକୁ ମହିଳା ପରିଦର୍ଶକ ଶ୍ରୀମତୀ ମେରିୟମ କୁଲୁ ସମ୍ମାନୀତ ଅତିଥି ଭାବେ ଯୋଗ ପରାମର୍ଶ ଦେଇଥିଲେ lକୋଭିଡ ପୋଜେଟିଭ୍ କେସ ରେ ଆକ୍ରାନ୍ତ ବ୍ୟକ୍ତି ଙ୍କ ସଙ୍ଗରୋଧ ପରିଦର୍ଶନ ସହ ଅକ୍ସିମିଟର୍ ରେ ଅକ୍ସିଜେନ ଲେବୁଲ ପରୀକ୍ଷଣ, ଆବଶ୍ୟକୀୟ ସ୍ଥଳେ ସରକାରୀ ଡାକ୍ତରଖାନା କୁ ପ୍ରେରଣ ସମ୍ବନ୍ଧରେ ବିଶେଷ ଆଲୋଚନା କରାଯାଇଥିଲା lପ୍ରତ୍ୟକ ଗାଁ କଲ୍ୟାଣ ସମିତି ରେ ସ୍ପ୍ରୟର ମେସିନ କିଣାଯାଇ କୋଭିଡ ପଜେଟିଭ କେସ ଭଲହେବାପରେ ତଥା ଜନଗହଳୀ ସ୍ଥାନ ମାନଙ୍କୁ ବିଶୋଧନ କରିବାକୁ ନିଷ୍ପତ୍ତି ନିଆଯାଇଛି lକୋଭିଡ ଟୀକା,ଟେଷ୍ଟିଙ୍ଗ କୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମତୀ ଦାଶ ସହଯୋଗ କାମନା କଲାପରେ କର୍ମଶାଳା ସାଙ୍ଗ କରାଯାଇଥିଲା l

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: