ଅରିଗାଁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ହାଇୱେ ଧକ୍କାରେ ୩ ମୃତ, ୧ ଗୁରୁତର,୩ଟି ବାଇକ କ୍ଷତିଗ୍ରସ୍ତ

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା (୫/୬): ବିନିକା – ଗୋଡଭଗା ମୁଖ୍ୟ ରାସ୍ତାର ଅରିଗାଁ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ହାଇୱା ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ହେଲେ ଭେଡେନ ଥାନା ବଇପୁର ଗାଁର ଗୌର ମାଝୀ, ଗୋବିନ୍ଦ ବଗର୍ତ୍ତି, ଜନାର୍ଦ୍ଦନ ବାରିକ । ସେହିପରି ଆହତ ହେଲେ ରୂପାପାଲି ଗାଁର ବରୁଣ ଭୋଇ । ବିନିକା ପୁଲିସ ଦୁର୍ଘଟଣା ଘଟାଇଥିବା ହାଇଓ୍ବାକୁ ଜବତ କରିଥିବା ବେଳେ ଓ ଡ୍ରାଇଭରକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ବରଗଡ଼ ଜିଲ୍ଲା ଭେଡେନ ଥାନା ବଇପୁର ଗାଁରୁ ଝିଅ ଦେଖି ଫେରୁଥିବା ବେଳେ ପାଣି ପିଇବା ପାଇଁ ଅରିଗାଁ ନିକଟରେ ଅଟକିଥିଲେ । କିନ୍ତୁ ଏହି ସମୟରେ ଗୋଡ଼ଭଗା ପଟୁ ଏକ ହାଇୱା ଗାଡି ନ(ଓଡ଼ି୧୫ଡ଼ି ୦୮୨୨)ମ୍ବର ଦ୍ରୁତ ଗତିରେ ଏମାନଙ୍କ ଉପରେ ମାଡି ଯାଇଥିଲା । ସ୍ଥାନୀୟ ଲୋକେ ଦମକଳ ବାହିନୀ ଓ ଆମ୍ବୁଲାନ୍ସକୁ ଖବର ଦେବାରୁ ଘଟଣା ସ୍ଥଳକୁ ଆସି ସେମାନଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ଦେଖିଲା ପରେ ତିନି ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ, ଜଣେ ଗୁରୁତରଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: