ନିଧି ଏବଂ ଅଜିମ ପ୍ରେମଜୀ ସଂସ୍ଥା ତରଫରୁ ଅତି ଗରିବ ପରିବାରଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ

ରିପୋର୍ଟ:ଭଗବାନ ମହାନ୍ତି //
ମୁରିବାହାଲ ତା ୦୫ /୦୬/୨୧): ଜାତୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୀଧି ଏବଂ ଅଜୀମ ପ୍ରେମଜୀ ଫାଉଣ୍ଡେସନର ମିଳିତ ପ୍ରୟାସରେ ଆଜି ତୃତୀୟ ଦିନ ମୁରିଵାହାଲ ବ୍ଳକ ମାଲିଶିରା ଏଵଂ ଟୁପାଉଡାର ପଞ୍ଚାୟତର ୧୫୦ଅତିଗରିବ ପରିବାରଙ୍କୁ ଶୁଖିଲା ଖାଦ୍ୟ, ମାସ୍କ, ସାବୁନ୍ ଇତ୍ୟାଦି ବଣ୍ଟନ କରାଯାଇଛି |

ନିଧି ସଂସ୍ଥା ଗତ କିଛବର୍ଷ ଧରି ମୁରିଵାହାଲ୍ ବ୍ଲକରେ ସମାଜର ଅତିଗରିବ ପରିବାରଙ୍କ କଲ୍ୟାଣ ତଥା ଦୀର୍ଘଗମି ଜୀବିକା ବିକାଶ ନିମନ୍ତେ ୬ଟି ପଞ୍ଚାୟତରେ କାମ କରିଆସୁଛି । କୋରାନା ମହାମାରୀ ଏଵଂ ତାଲା ବନ୍ଦୀ ସମୟରେ ବିଧବା ମହିଳା, ଭିନ୍ନକ୍ଷମ, ଦିନମଜୁରୀୟା, ଗମ୍ଭୀର ରୋଗଗ୍ରସ୍ତ ବ୍ୟକ୍ତି, ଜମିହୀନ ପରିବାର ମାନେ ଜୀବିକା ଅଭାବରୁ ବହୁତ କଷ୍ଟରେ ଜୀବନ ଯାପନ କରିଛନ୍ତି । ମହାମାରୀରେ ଏହି ପରିବାରଙ୍କୁ ସହଯୋଗ କରିବା ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଧି ଦ୍ୱାରା ଜରୁରୀ ଖାଦ୍ୟ ସାମଗ୍ରୀ ର ବିତରଣ କରାଯାଇଛି । ଏହି ରିଲିଫ୍ କାର୍ଯକ୍ରମକୁ ଓଡ଼ିଶା ଜୀବିକା ମିଶନର କର୍ମୀ, ପଞ୍ଚାୟତ ସରପଞ୍ଚ, ଅଙ୍ଗୱାଡ଼ି କର୍ମୀ ଏବଂ ନିଧିର କର୍ମକର୍ତ୍ତା ମାନେ ମିଳିତ ଭାବେ ସଞ୍ଚାଳନ କରୁଛନ୍ତି । ଏହି ରିଲିଫ୍ ବଣ୍ଟନ ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ ଚାଲିବ ଯାଦ୍ୱାରା ମୋଟ ୧୧୦୦ ପରିବାର ଉପକୃତ ହେବେ । ଗତ ୩ ଦିନ ଧରି ୪୦୦ ପରିବାର ଲୋକ ଉପକୃତ ହୋଇଛନ୍ତି | ଟୁପାଉଡାର ସରପଞ୍ଚ ନିରୁପମା ଗହୀର ଓଡିଶା ଜୀବିକା ମିଶନର ଏମବିକେ ଦିପଞ୍ଜଳି ନାଗ ରିଲିଫ ବଣ୍ଟନ କରିଥିଲେ | ଏହି କାର୍ଯ୍ୟକ୍ରମକୁ ନିଧିର କାର୍ଯ୍ୟକର୍ତ୍ତା: ଯମୁନା ସାହୁ, ତଥାଗତ ବଗର୍ତ୍ତି, ସୁମନ୍ତି ସାହୁ, ତାରାପଦ ପ୍ରଧାନ ସହଯୋଗ କରିଥିଲେ |

Welcome to Odisha News24

error: Content is protected !!
%d bloggers like this: