ରାୟଗଡ ଜିଲ୍ଳାରେ କୋଭିଡ୍ ସଂକ୍ରମଣ କମାଇବା ନିମନ୍ତେ, ଜିଲ୍ଲାପାଳଙ୍କ ୱେବିନାରରେ ବୈଠକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ ୪/୦୬): ମହାମାରୀ କରୋନାର ଦ୍ୱିତୀୟ ଲହରରେ ରାୟଗଡ ଜିଲ୍ଳାରେ ଦିନକୁଦିନ ବୃଦ୍ଧି ପାଉଥିବା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟାରେ କମାଇବା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରିରହିଛି | ଏଥିନିମନ୍ତେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଆଜି ବିଭିନ୍ନ ଅଧିକାରୀ ମାନଙ୍କୁ ନେଇ ଗୁଗୁଲରେ ଏକ ବୈଠକ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ପିଡି, ଡ଼ିଆରଡିଏ ଶ୍ରୀ ମହେଶ୍ୱର ନାଏକ ସମେତ ଜିଲ୍ଲାର ସମସ୍ତ ବିଡ଼ିଓ, ତହସିଲଦାର, ସିଡିପିଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ |

ଏହି ବୈଠକରେ ମୁଖ୍ୟତଃ କୋଭିଡ ହ୍ରାସ କରିବା ନିମନ୍ତେ ଘରରକୁ ଘର ଯାଇ ସର୍ଭେ କାର୍ଯ୍ୟ, ପରୀକ୍ଷା ଓ ଟିକେକାରଙ୍କୁ ତ୍ୱରାନ୍ୱିତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଥିଲେ | ଏଥିନିମନ୍ତେ ସମସ୍ତ ବିଡ଼ିଓ, ସିଡିପିଓ ଓ ତହସିଲଦାର ମାନଙ୍କୁ ଅଧିକ ଗୁରୁତ୍ୱ ଦେବାକୁ ନିର୍ଦେଶ ଦେଇଥିଲେ lଅନ୍ଧବିଶ୍ୱାସ ଓ କୁସଂସ୍କାର ବଶବର୍ତ୍ତୀ ହୋଇ କିଛି ଗାଁରେ ପରୀକ୍ଷା ଓ ଟିକାକରଣରେ ସହଯୋଗ କରୁ ନାହାନ୍ତି। ସେଥିପାଇଁ ସ୍ଥାନୀୟ ଜନସାଧାରଣ ସହଯୋଗ କରୁ ନଥିବାରୁ ଲୋକମାଙ୍କ ମଧ୍ୟରେ ଥିବା ଭ୍ରାନ୍ତ ଧାରଣା ଦୂର କରିବା ପ୍ରୟାସ କରାଯିବ | ଏଥି ନିମନ୍ତେ ସ୍ଥାନୀୟ ଜନସାଧାରଣ, ସ୍ୱୟଂ ସହାୟକ ଗୋଷ୍ଠୀ, ପଂଚାୟତ ଜନ ପ୍ରତିନିଧି ମାନଙ୍କ ସହାୟତା ନେବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ | ସଚେତନ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ମଧ୍ୟରେ ଜିଲ୍ଲାପାଳ ସମସ୍ତ ବିଡ଼ିଓ ଏବଂ ସିଡିପିଓ ମାନଙ୍କୁ ପରାମର୍ଶ ଦେଇଛନ୍ତି | ଏହା ସବୁବେଳେ ଅଂଚଳରେ ମିଶନ ଓ କ୍ୟାମ୍ପନ ମୂଡ଼ରେ ଟୀକାକରଣ, ପରୀକ୍ଷା କରିବାକୁ ହେବ ବୋଲି ଜିଲ୍ଲାପାଳ କାହିଥିଲେ |

ସେହିପରି କୋଭିଡରେ ମୃତ ପିତାମାତାଙ୍କ ସନ୍ତାନ ମାନଙ୍କୁ ଚିହ୍ନଟ କରିବାକୁ ସିଡିପିଓ ମାନଙ୍କୁ ଦାୟିତ୍ୱ ଦିଆଯାଇଛି | ସେମାନେ ଚିହ୍ନଟ କରି ତୁରନ୍ତ ରିପୋର୍ଟ ଜିଲ୍ଲା କାର୍ଯ୍ୟାଳୟକୁ ଜଣାଇବେ | ମୃତ୍ବବ୍ୟକ୍ତିଙ୍କ ବିଧୋବା ପତ୍ନୀ ଓ ପିତାମାତାଙ୍କୁ ହରାଇଥିବା ସନ୍ତାନ ମାନଙ୍କୁ ମଧୁବାବୁ ପେନସନ ଯୋଜନାରେ ମାସକୁ ୫୦୦ ଟଙ୍କା ଲେଖାଏଁ ସହାୟତା ଦିଆଜିବ | ଏହାର ସଫଳ ରୂପାୟନ ନିମନ୍ତେ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡାଙ୍କୁ ଜିଲ୍ଲାପାଳ ଦାୟିତ୍ୱ ପ୍ରଦାନ କରିଛନ୍ତି |

ସେହିପରି ତହସିଲଦାର ମାନେ ମାସ୍କ ବ୍ୟବହାର, ଓ ସାମାଜିକ ଦୂରତା ପାଳନ ଉପରେ କଡାକଡି ଯାଞ୍ଚ କରିବେ | ବିଶେଷ କରି ରାୟଗଡ, ଗୁଣପୁର, ଟିକିରି ଓ ମୁନିଗୁଡାରେ ଯାଞ୍ଚ କରାଯିବ | ସେହିପରି ସିଡିଓ ମାନେ ଘରକୁ ଘର ସର୍ଭେ କାର୍ଯ୍ୟକ୍ରମକୁ ତଦାରଖ କରିବେ | କୋଭିଡ ସଚେତନ କାର୍ଯ୍ୟରେ ଗାଁ କଲ୍ୟାଣ ସମିତିର ସମ୍ପୃକ୍ତି ଦିଆଯାଇଥିବା ପାଣ୍ଠିର ସଦୁପଯୋଗ ଉପରେ ତଦରଖ କରିବେ |ସେହିପରି ବ୍ଲାକ ଫୋଙ୍ଗସ ଉପରେ ପ୍ରସ୍ତୁତ ସମ୍ପର୍କରେ ଜିଲ୍ଲାପାଳ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ | ଏହାକୁ ମୁକାବିଲା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତ ଥିବା କଥା ଡ଼ାକ୍ତର ରାଜୁ ପ୍ରକାଶ କରିଥିଲେ | ବିଧାୟକ ପାଣ୍ଠି ବିନିଯୋଗରେ ସ୍ୱୟଂ ସହାୟକ ଗୋଷ୍ଠୀରୁ ମାସ୍କ କିଣିବାକୁ ଜିଲ୍ଲାପାଳ କହିଥିଲେ |

Welcome to Odisha News24

error: Content is protected !!
%d bloggers like this: