ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ରତ୍ନାକର ସାହୁଙ୍କ ଦାୟିତ୍ଵ ଗ୍ରହଣ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୦୪/୦୬): ନବରଙ୍ଗପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ରତ୍ନାକର ସାହୁ ଦାୟିତ୍ଵ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ଡିଆରଡିଏ ର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ , ନବରଙ୍ଗପୁର ତହସିଲଦାର ଓ ତେନ୍ତୁଳିଖୁଣ୍ଟି , ପାପଡ଼ାହାଣ୍ଡି , ନନ୍ଦାହାଣ୍ଡି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୂପେ ଦାୟିତ୍ଵ ତୁଲାଇଥିଲେ ।

ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ରଙ୍କୁ ସାକ୍ଷାତ କରିବା ପରେ ସେ ନୂତନ କାର୍ଯ୍ୟଭାର ଗ୍ରହଣ କରିଥିଲେ । ୩୧ ତାରିଖ ରେ ପୂର୍ବରୁ ଥିବା ଅତିରିକ୍ତ ଜିଲ୍ଲାପାଳ ନିମାଇ ଚରଣ ସୂତାରଙ୍କ ଅବସର ଗ୍ରହଣ ପରେ ଏହି ପଦବୀ ଖାଲି ପଡ଼ିଥିଲା । ରତ୍ନାକର ସାହୁ ଏହି ନୂତନ ଦାୟିତ୍ଵ ଗ୍ରହଣ ପରେ ଜିଲ୍ଲା ପ୍ରଶାସନିକ କାର୍ଯ୍ୟ ଅଧିକ ଅଗ୍ରଗତି ହେବ ବୋଲି ଆଶା ପ୍ରକାଶ ପାଇଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: