ବୈପାରୀଗୁଡା ବିଜେପି ପାର୍ଟି ପକ୍ଷରୁ ସେବା ଦିବସ ପାଳନ, ୫୦୦ ଟି ମାସ୍କ ବଣ୍ଟନ ଓ ୧୫ ୟୁନିଟ ରକ୍ତ ସଂଗ୍ରହ

ରିପୋର୍ଟ: ଏନ ସନ୍ତୋଷ କୁମାର //
ବୈପାରୀଗୁଡା (୩୧/୦୫): ଦେଶରେ ପ୍ରଧାନମନ୍ତ୍ରୀ ମଦି ସରକାରଙ୍କ ସାତ ବର୍ଷପୂର୍ଣ୍ଣ ଅବସରରେ ଆଜି ବୈପାରୀଗୁଡା ବିଜେପି ପକ୍ଷରୁ ସେବା ଦିବସ ପାଳିତ ହୋଇଯାଇଛି | ପୂଜାରୀଗୁଡା ପଂଚାୟତ ଅନ୍ତର୍ଗତ ଗୁମ୍ମା ଗ୍ରାମରେ ବିଜେପି ଜିଲ୍ଲା ଆଦିବାସୀ ମୋର୍ଚ୍ଚା ପକ୍ଷରୁ ଆଜି ୧୫ ୟୁନିଟ ସ୍ବେଛାକୃତ ରକ୍ତ ସଂଗହ କରାଯାଇଛି | କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ କର୍ମୀ ଆର ସଂଜୀବ ରାଓ, ଆଦିବାସୀ ଜିଲ୍ଲା ସଭାପତି ନରେନ୍ଦ୍ର କାନ୍ଦିଲିଆ, ଜିଲ୍ଲା ଉପ ସଭାପତି ଚନ୍ଦ୍ର ଶେଖର ରଥ, ଲଳିତ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ |

ସେହିପରି ବୈପାରୀଗୁଡା ମଣ୍ଡଳ ସଭାପତି ଉମେଶ ପଟନାୟକ ନେତୃତ୍ୱରେ ଦଶଟି ପଂଚାୟତ ତଥା ରାମଗିରି, ପେଣ୍ଡାପୋଡା, ହଳଦୀକୁଣ୍ଡ, ଦୋରାଗୁଡା, ବାଲିଗାଁ, ଚେରକା , ବୈପାରୀଗୁଡା, ପୂଜାରୀଗୁଡା, କେନ୍ଦୁଗୁଡାର ବିଭିନ୍ନ ସ୍ଥାନରେ ମାସ୍କ ବଣ୍ଟନ, ହାତଧୂଆ କାର୍ଯ୍ୟକ୍ରମ, କଭିଡ ସଚେତନ ଏବଂ ଟିକକାରଣ ଆଦି ବିଷୟକୁ ନେଇ ଲୋକଙ୍କୁ ସଚେତନ କରାଯାଇଛି | ଏହି କାର୍ଯ୍ୟକ୍ରମରେ ବୈପାରୀଗୁଡା ମଣ୍ଡଳର ବିଜେପି କର୍ମୀ ମଧ୍ୟରୁ ଏ ତ୍ରିନାଥ ରାଓ ଚକ୍ରଧର ବୈରାଗୀ , ଧନପତି ନାୟକ, କେଶବଖିଲ, ମୋନଜ ନାୟକ, ସଦାଶିବ ନାୟକ, ପୂର୍ଣ୍ଣିଚନ୍ଦ୍ର ଗାଦବା, କୌଳାସ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

Welcome to Odisha News24

error: Content is protected !!
%d bloggers like this: