ସରପଞ୍ଚଙ୍କ ସଟ ଡାଉନ କୁ ନ ମାନି ବାଡ଼ ଭାଙ୍ଗିଲେ ଜନତା

ବୌଦ୍ଧ 25/5): ସତେ ଯେମିତି କଳିଯୁଗ ଶେଷ ହେବାକୁ ବସିଲାଣି, ଅଜଣା ରୋଗ ମାଲିକlବଚନ ସତରେ ସତହେବ l କେହିକାହାକୁ ମାନିବେନି!ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସରସରା ପଂଚାୟତ ରେ କରୋନା ମହାମାରୀ ସଂକ୍ରମଣ କୁ ରୋକିବା ପାଇଁ କରାଯାଇଥିବା କଣ୍ଟେଣ୍ଟ ମେଟ ଜୋନ କୁ କେହିବି ମାନିଲେନି l

ଗତ 22 ରିଖରେ ସରସରା ପଂଚାୟତ ସରସରା ଗ୍ରାମରୁ 42ଜଣ କରୋନା ପଜିଟିଭ ଚି଼ହ୍ନଟ ହେବାପରେ ପଂଚାୟତ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ପ୍ରଧାନ ଗ୍ରାମକୁ 23ତାରିଖମଧ୍ୟ ରାତ୍ର ରୁ 27ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ସଡ଼ ଡାଉନ ଘୋଷଣା କରିଥିଲେ!କରୋନା କଟକଣା ନିୟମ କୁ ଗ୍ରାମରେ ମାନିବାକୁ ଚେତାବନୀ ଦେଇଥିଲେ ଓ ଗ୍ରାମର ସବୁ ରାସ୍ତା କୁ ଅବରୋଧ କରାଇଥିଲେ l କିନ୍ତୁ ସକାଳୁ ସବୁନିୟମକୁ ଉଲଂଘନ କରି ଅବରୋଧ କରାଯାଇଥିବା ବାଡ଼ ଭାଙ୍ଗି ଜନତା ନିତିଦିନିଆ ବ୍ୟବହାର, ଯାତାୟତ କରିଥିଲେ l ଏହି ଘଟଣାଟି ବୌଦ୍ଧ ଜିଲ୍ଲା ରେ ପ୍ରଥମ ଥର ଦେଖିବାକୁ ମିଳିଛି ତେଣୁ ଗଣମାଧ୍ୟମ ଓ ବୁଦ୍ଧିଜୀବୀ ମହଲରେ ବିଷୟଟିଏଵେ ବହୁ ଚର୍ଚ୍ଚା ଚାଲିଛି l

Welcome to Odisha News24

error: Content is protected !!
%d bloggers like this: