ଲୋକେ ଆଜି ମହେନ୍ଦ୍ର ବଢ଼େଇଙ୍କ ପାଇଁ କିଛି ସାହାଯ୍ୟ ପାଇଲେ

ରିପୋର୍ଟ: ନିରଞ୍ଜନ ତ୍ରିପାଠୀ //
ପଦ୍ମପୁର (୨୦/୦୫): ପଦ୍ମପୁର ଉପଖଣ୍ଡର ବହୁ ଚର୍ଚ୍ଚିତ ଟାଲ ଗ୍ରାମରେ ଜନ୍ମିତ ପ୍ରଶାସନିକ ସେବାରେ କାର୍ଯ୍ୟରତ ପୁରୀ ସ୍ଥିତ ଡେଲାଙ୍ଗ ତହସିଲର ତହସିଲଦାର ମହେନ୍ଦ୍ର ବଢ଼େଇଙ୍କ ଉଦ୍ୟମରେ ସମଗ୍ର ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ମହାମାରୀ କରୋନାର ବିଡମ୍ବନାକୁ ଉପଲବଧି କରି ଗରିବ ନିଃସହାୟ ପରିବାରଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ ସମେତ ମାକ୍ସ,ଔଷଧ, ଅକ୍ସିଜେନ ସିଲିଣ୍ଡର ବଣ୍ଟନ କରାଯାଇଛି ।

ଏଭଳି ମହାନ ଉଦ୍ୟମକୁ ଜନ-ସାଧାରଣରେ ପ୍ରଶଂସା କରାଯାଇଛି । ଆଜି ପାଇକମାଳ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମ ପଞ୍ଚାୟତର ପୁରେନା, ଖପୁରୀଡିହି ଆଦି ଗ୍ରାମ ସମେତ ନୃସିଂହନାଥ ରୋଡ ସ୍ଥିତ ବୃଦ୍ଧାଶ୍ରମକୁ ଯାଇ ଶୁଖିଲା ଖାଦ୍ୟ,ମାସ୍କ,ଔଷଧ ଆଦି ବଣ୍ଟନ କରାଯାଇଛି । ତହସିଲଦାର ମହେନ୍ଦ୍ରଙ୍କ ପୂତରା ସଞ୍ଜୟ ବଢ଼େଇ ସମେତ ନିରଞ୍ଜନ ସେଠ,ଉଦୟ ସେଠ,ବୃନ୍ଦାବନ ବାରିକ,ଡମ୍ବରୁ ପ୍ରଧାନ,ସୁରେଶ ବେରିଆ,ମାନସ ପଣ୍ଡା,ସୁମନ୍ତ ପ୍ରଧାନ,ଧୀରେନ ବିଶ୍ଵାଳ,ଲକ୍ଷ୍ମଣ ବେରିଆ, ଜ୍ୟୋତିକାନ୍ତ ସାହୁ ପ୍ରମୁଖ ଏକ ସ୍ବେଚ୍ଛାସେବୀ ଦଳ ଏହି ବଣ୍ଟନ ପ୍ରକିୟାରେ ସାମିଲ ହୋଇଥିବା ଜଣାଯାଇଛି । ଆଜି ଏହି ବଣ୍ଟନ ପ୍ରକିୟାରେ ଜିଲ୍ଲା ପରିଷଦ ସଭ୍ୟ ବିଶ୍ଵନାଥ ବାଗ,ନରସିଂହ ବନଛୋର, ଗିରିଶ ଡନସନା,ଗଣେଶ ପ୍ରଧାନ,ବିପିନ ବାରିକ,ରୁକ୍ମଣ ଧରୁଆ,ଦଶରଥ ବିନାଟ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: